ଜଳ ଉଠାଣ ବେଳେ ନଦୀରେ ଭାସିଗଲେ ଦୁଇ କାଉଡ଼ିଆ : ୧ ନିଖୋଜ, ୧ ଉଦ୍ଧାର

ଜଗତସିଂହପୁର : ଜଳ ଉଠାଣ ସମୟରେ ନଈରେ ଭାସିଗଲେ ଦୁଇ ଜଣ କାଉଡ଼ିଆ । ଏଭଳି ଏକ ଘଟଣା ଘଟିଛି ଗତକାଲି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ଦେବୀ ନଦୀ ଆଳି ପିଙ୍ଗଳ ଘାଟରେ । ୨ ଜଣ କାଉଡ଼ିଆଙ୍କ ମଧ୍ୟରୁ ଜଣେ କାଉଡ଼ିଆଙ୍କୁ ଉଦ୍ଧାର କରାଯାଇ ପାରିଥିବା ବେଳେ ନିଖୋଜ କାଉଡ଼ିଆ ଜଣକୁ ଖୋଜା ଚାଲିଛି । ନିଖୋଜ କାଉଡ଼ିଆ ଜଣକ ବିଦ୍ୟାଧରପୁର ଅଞ୍ଚଳର ଭୋଳା ପ୍ରଧାନ ବୋଲି କୁହାଯାଇଛି । ସ୍ଥାନୀୟ ବାସିନ୍ଦା ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

error: Content is protected !!