oom

କନ୍ଧକେଲଗାଁ ପ୍ରଥମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମାପ୍ତ

jsmm

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସ୍ଵାସ୍ଥ ସେବା ସଙ୍ଗଠନ କନ୍ଧକେଲଗାଁ ଆନୁକୁଲ୍ୟରେ ସାତ ଦିନ ଧରି ଅନୁଷ୍ଠିତ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ସମା‌ପ୍ତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ଆଠଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ଖେଳ ଅନୁ‌ଷ୍ଠିତ ହୋଇଥିଲା । ଅବସର ପ୍ରାପ୍ତ ଶିକ୍ଷାବିତ ମହେଶ୍ୱର ମେହେର ଦ୍ଵାରା ଶୁଭ ଉଦ୍‌ଘାଟନ କରିଥିବା ବେଳେ ଚାଷୀ ନେତା ପ୍ରେମ ଭୋଇ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ହାତୀସରା ଦଳ ଓ ଘୁଚିପାଲି ଦଳ ଫାଇନାଲରେ ପହଞ୍ଚି ଥିବା ବେଳେ ଉଭୟ ଦଳ ସୁଚାରୁ ରୂପେ ଖେଳ ପ୍ରଦର୍ଶନ କରିଥିଲେ । ଶେଷରେ ପେନାଲ୍‌ଟିକ ଜରିଆରେ ହାତୀସରା ଦଳ ୨,୧ ରେ ବିଜୟ ଳାଭ କରିଥିଲେ । ଉକ୍ତ ଫାଇନାଲ ଦିବସରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଉପସ୍ଥିତ ରହି ସାମାଜିକ ଦୁରତା ଅବଳମ୍ବନ କରିବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସଇଁନ୍ତଳା ବ୍ଳକ କଂଗ୍ରେସ ସଭାପତି ଗୁଣସାଗର ମାଝୀ, ସମାଜ ସେବୀ ଶେଷଦେବ ଯାନୀ, ପୂର୍ବତନ ଫୁଟବଲ କ୍ରୀଡ଼ାବିତ ସୁନିଳ ଦଣ୍ଡସେନା, କନ୍ଧକେଲଗାଁ ଅଞ୍ଚଳର ଫୁଟବଲ କୋଚ୍ ତଥା ସମାଜସେବୀ ପ୍ରମୋଦ ପଣ୍ଡା, ଅଶୋକ ପାତ୍ର, ଭୀଷ୍ମ ଭୋଇ, ଆନନ୍ଦ ପଧାନ, ପ୍ରେମାନନ୍ଦ ଭୋଇ, ଟିକେଳାଲ ମେହେର, ବସନ୍ତ ବାରିକ ମଞ୍ଚାସୀନ ଥିବା ବେଳେ ବଳରାମ ବାଗ, କାହ୍ନା ନାଏକ, ରାମଜୀ ତ୍ରିପାଠୀ, ଅରୁଣ ପାତ୍ର ଓ ବାଙ୍କ ଖେଳ ପରିଚାଳନା କରିଥିଲେ । ସମାଜସେବୀ ଶ୍ରୀ ଦଣ୍ଡସେନା, ସୁରେଶ ବାରିକ, ଦୀନବନ୍ଧୁ ରାଜହଂସ, ସୁବାସ ଗଡତ୍ୟା, ମୁକେଶ ପୁରୋହିତ, ବିକାଶ ମିର୍ଦ୍ଧା, କୁଳମଣି ଭୋଇ, ଗୈାତମ ବିଶି, ଯାଦବ ମିର୍ଦ୍ଧା ଓ କନ୍ଧକେଲଗାଁ ଅଞ୍ଚଳର ଯୁବ ଗୋଷ୍ଠୀ ସହଯୋଗ କରିଥିଲେ । ଭୀମା ଓ ସୁଶାନ୍ତ ଧାରା ବିବରଣୀ ପ୍ରଦାନ କରିଥିଲେ । ସେହିପରି ଉକ୍ତ ସଙ୍ଗଠନ ଆନୁକୁଲ୍ୟରେ ବହୁ ଗୁଡିଏ ସମାଜସେବା, ଅସହାୟ ଅବସ୍ଥାରେ ଥିବା ଳୋକଙ୍କୁ ସାହାଯ୍ୟ କରିବା, ରକ୍ତ ଦାନ ଏବଂ ଗାଁ ସଫା କରିବା ଭଳି ମହତ୍ କାର୍ୟ୍ୟ କରି ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଫଳରେ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

jittmm
Leave A Reply

Your email address will not be published.