ମଦ ଚଢ଼ାଉ ବେଳେ ବାଘ ଛାଲ ଜବତ

ଖୁଣ୍ଟା : ଖୁଣ୍ଟା ପୋଲିସ ମଦ ଚଢ଼ାଉ କରିବାକୁ ଯାଇଥିବା ବେଳେ ଏକ ବାଘ ଛାଲ ଜବତ କରିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ଗତ ମଙ୍ଗଳବାର ସଂଧ୍ୟାରେ ଖବର ପାଇ ଖୁଣ୍ଟା ପୋଲିସ ଭୋଳାଗଡିଆ ଗ୍ରାମକୁ ମଦ ଚଢ଼ାଉ କରିବାକୁ ଯାଇଥିଲା । ଯାଞ୍ଚ ବେଳେ ଜଣଙ୍କ ଘର ଭିତରେ ଥିବା ବାକ୍ସ ଭିତରୁ ଏକ ବାଘ ଛାଲ ଜବତ କରି ଦୁଇଜଣଙ୍କୁ ଅଟକ ରଖିଛି । ବାଘ ଛାଲ ରାକେଟର ଅଧିକ ଖୋଳତାଡ ଲାଗି ପୋଲିସ ପ୍ରଶାସନ ଛାନଭିନ୍ ଜାରି ରଖିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଖୋଜୁଛି ।

Leave A Reply

Your email address will not be published.