oom

ଜଳଯୋଗାଣ ପ୍ରକଳ୍ପ ଅଚଳ : ସ୍ୱଚ୍ଛ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ

jsmm

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ଅନ୍ତର୍ଗତ ପିପଲବାହାଲ୍ ଗାଁରେ ଦୀର୍ଘ ଏକ ବର୍ଷ ହେଲା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି । ଦୁଇ ୱାର୍ଡ ବିଶିଷ୍ଟ ଏହି ଗ୍ରାମର ଲୋକ ସଂଖ୍ୟା ପାଖାପାଖି ଦୁଇହଜାର ହେବ । ପାଞ୍ଚ ବର୍ଷ ପୂର୍ବେ ଗ୍ରାମର ଅଧିବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଗାଁ ମୁଣ୍ଡରେ ଏକ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରି ଗାଁର ମେହେରପଡା, ମଝିପଡା, ଦଳିତପଡା, ରାମଜୀପଡା, ଗୈାଡପଡା ଏବଂ ଡଙ୍ଗରପଡାକୁ ପାଇପ୍ ବିଛାଇ ଟେଣ୍ଟ ପୋଷ୍ଟ ବସାଇ ଜଳଯୋଗାଣ ଆରମ୍ଭ କରାଯାଇଥିଲା । ହେଲେ ବର୍ତ୍ତମାନ ଏକ ବର୍ଷ ହେଲା ଜଳଯୋଗାଣ ପ୍ରକଳ୍ପରେ ଖୋଲା ଯାଇଥିବା ଗଭୀର ନଳକୂପ ଭିତରେ ମାଟି ଧସି ପୋତି ହୋଇଯିବା ଯୋଗୁଁ ଜଳଯୋଗାଣ ପ୍ରକଳ୍ପ ବନ୍ଦ ହୋଇଯାଇଛି । ଆଗାମୀ ଦିନରେ ଲୋକେ ସ୍ୱଚ୍ଛ ପାନୀୟ ଜଳ ପାଇ ନପାରି କିଡନୀ ଜନିତ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଏନେଇ ଖପ୍ରାଖୋଲ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ତନ୍ମୟ ପ୍ରଧାନଙ୍କୁ ପଚାରିବାରୁ ସେ କୁହନ୍ତି ସମସ୍ୟାର ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଆମେ ଜଣାଇ ଦେଇଛୁ । ତାଙ୍କ ନିର୍ଦ୍ଦେଶ ଅନୁସାରେ କାମ ହେବ । ତେବେ ଯଥାଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ୱାର୍ଡ ମେମ୍ବର ବେଲମତି ମେହେର, ସୁରଭି ସେଠ୍ ଏବଂ ଗ୍ରାମବାସୀ କହିଛନ୍ତି ।

jittmm
Leave A Reply

Your email address will not be published.