ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ପାଇଖାନା ଦୁର୍ନୀତି ଅଭିଯୋଗ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକରେ ଯେମିତି ଦୁର୍ନୀତି କମିବାର ନାଁ ଧରୁନାହିଁ । ପ୍ରତ୍ୟେକ ଦିନ କୈାଣସି ନା କୈାଣସି ଗଣମାଧ୍ୟମରେ ଖପ୍ରାଖୋଲ ବ୍ଲକ ଅଞ୍ଚଳର ଦୁର୍ନୀତି ପ୍ରକାଶିତ ହେଉଛି । କିନ୍ତୁ କୈାଣସି ଲାଭ ହେଉନାହିଁ । ପ୍ରଶାସନ ଜାଣି ନଜାଣିଲା ପରି ଅଭିନୟ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଦୁର୍ନୀତିଖୋରଙ୍କ ଉପରେ କୈାଣସି ଦୁଷ୍ଟାନ୍ତମୂଳକ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାନଯାଇ ଓଲଟା ସେମାନଙ୍କ କାର୍ୟ୍ୟକଳାପ ଉପରେ ଘଣ୍ଟ ଘୋଡାଇବାକୁ ଚେଷ୍ଠା କରାଯାଉଛି ବୋଲି ଆଲୋଚନା ହେଉଛି ।

ଏମିତିରେ ଦୁର୍ନୀତିଖୋରଙ୍କ ସାହାସ ବଢ଼ିବାରେ ଲାଗିଛି । ସେମାନେ ଆଉ କାହାକୁ ଖାତିର୍ କରୁ ନାହାନ୍ତି । ଖୁଲମ୍‌ଖୁଲା ଦୁର୍ନୀତି କରୁଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ । ଟଙ୍କପାଣି ଅଞ୍ଚଳରେ ପାଇଖାନା ନିର୍ମାଣ ପାଇଁ ଜୁରିଆର ଜଣେ ଠିକାଦାରଙ୍କୁ ଠିକା ମିଳିଛି । ଗ୍ରାମବାସୀ‌ଙ୍କ କହିବା ଅନୁସାରେ ସେ ଅଞ୍ଚଳରେ ଅତି ନିମ୍ନମାନର ତଥା ଅଧପାନ୍ତରିଆ କାମ କରି ନିଜ ବିଲ୍ ପାସ୍ କରାଇବା ପାଇଁ ଲୋକଙ୍କ ଠାରୁ ଜବ୍ କାର୍ଡ, ଆଧାର କାର୍ଡ ମାଗୁଛନ୍ତି । ମିଠା ମିଠା କଥା କହି ନିଜ କାର୍ୟ୍ୟ ହାସଲ ପାଇଁ ଚେଷ୍ଟା କରୁଛନ୍ତି । ଦରକାର ହେଲେ ଧମକ ଚମକ ମଧ୍ୟ ଦେଉଛନ୍ତି । ଏପରି ଦୁର୍ନୀତିଗ୍ରସ୍ତ ଲୋକଙ୍କ ଉପରେ ପ୍ରଶାସନ ଯଦି ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତେ, ତେବେ ଆଗକୁ ଦୁର୍ନୀତିଖୋର୍ ମାନେ କୈାଣସି କାମ କରିବା ଆଗରୁ ଶହେ ଥର ଭାବନ୍ତେ ବୋଲି ବୁଦ୍ଦିଜୀବୀମାନେ ମତ ଦେଇଛ‌ନ୍ତି ।

Leave A Reply

Your email address will not be published.