oom

ସରକାରୀ କର୍ମଚାରୀ ଏବଂ ଜନପ୍ରତିନିଧିମାନେ ତା‌ଙ୍କ ପିଲା‌ଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାନ୍ତୁ : ପଶ୍ଚିମ ଓଡିଶା ଯୁବ ସେନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : “ପଶ୍ଚିମ ଓଡିଶା ଯୁବ ସେନା” ତରଫରୁ ଆଜି ବିଜେପୁର ତହସିଲ ଅଫିସରେ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନଙ୍କ ଶିଶୁମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ସ୍କୁଲରେ ପାଠ ପଢ଼େଇବା ନିମନ୍ତେ ଏବଂ କମ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକୁ ବନ୍ଦ ନ କରିବା ସକାଶେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ କରିବା ସମୟରେ କୃଷ୍ଣ ଚନ୍ଦ୍ର ବାଗ ଏବଂ ଡିଲେଶ୍ୱର ବାଗ ଉପସ୍ଥିତ ଥିଲେ। ଅଗାମୀ ଦିନରେ ଏହି ଦାବୀଗୁଡ଼ିକୁ ପୂରଣ କରା ନଯାଏ ତେବେ “ପଶ୍ଚିମ ଓଡ଼ିଶା ଯୁବସେନା” ରାଜ ରାସ୍ତାକୁ ଓହ୍ଲେଇବା ପାଇଁ ବାଧ୍ୟ ହେବ ବୋଲି ଆବାହକ ଡିଲେଶ୍ୱର ବାଗ କହିଛନ୍ତି । ଶିକ୍ଷା ହେଉଛି ସମସ୍ତଙ୍କ ମୌଳିକ ଅଧିକାର, ଶିକ୍ଷାର ଘରୋଇକରଣ ବନ୍ଦ କରାଯାଉ ନଚେତ ଆନ୍ଦୋଳନ ଉଗ୍ର ରୂପ ନେବ। ସମସ୍ତ ବେତନଭୋଗୀ ସରକାରୀ କର୍ମଚାରୀମାନେ ନୈତିକତା ଦୃଷ୍ଟିରୁ ନିଜ ନିଜ ପିଲାଛୁଆଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢେଇବା ପାଇଁ ପ୍ରସ୍ତୁତ ହୁଅନ୍ତୁ । କାହିଁକି ନା ଆପଣମାନଙ୍କ ବେତନ ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ଲୋକଙ୍କ ଟିକସ ଦିଆ ପଇସାରେ ଦିଆଯାଉଛି । ଆପଣଙ୍କ ଲୋକଙ୍କ ସହ ଧୋକା କରନ୍ତୁ ନାହିଁ ବୋଲି ଶ୍ରୀ ବାଗ କହିଛନ୍ତି । ଅଗାମୀ ଦିନମାନଙ୍କରେ ପଶ୍ଚିମ ଓଡିଶାର ସମସ୍ତ ବ୍ଲକରୁ ଏହି ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ବୋଲି ପଶ୍ଚିମ ଓଡିଶା ଯୁବସେନା ଏକ ବାର୍ତ୍ତା ଦେଇଛନ୍ତି । ଏହି ଉଦ୍ଦେଶ୍ୟ ସଫଳ ହେଲେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.