oom

ଅଖିଲ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ପକ୍ଷରୁ ୱେବ୍‌ ସଂଗୋଷ୍ଠୀ ଆୟୋଜନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଲ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସମଗ୍ର କୃତି ସଂପର୍କରେ ଏକ ୱେବ୍‌ ସଂଗୋଷ୍ଠୀ ଜିଲ୍ଲା ସଭାପତି ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ମର୍ଯ୍ୟଦାରେ ରାଜ୍ୟ ସଭାପତି ଡ. ରମେଶ ପତ୍ରୀ, ମୁଖ୍ୟବକ୍ତା ରାଜ୍ୟ ସଂପାଦକ ସନ୍ତୋଷ ମହାପାତ୍ର, ସମ୍ମାନିତ ଅତିଥି ଡ.ଶିବ ପ୍ରସାଦ ନନ୍ଦ ତଥା ପ୍ରମୁଖ ବକ୍ତା ଅଚ୍ୟୁତାନନ୍ଦ ଉଦ୍‌ଗାତା ଏବଂ ସୁଶ୍ରୀ ସବିତା ଭୋଇ ସଂଗୋଷ୍ଠୀରେ ଅଂଶଗ୍ରହଣ କରି ପୂର୍ଣ୍ଣଚନ୍ଦ୍ର ରଥଙ୍କ ସମଗ୍ର କାର୍ଯ୍ୟଧାରାର ଐତିହାସିକ, ଶୈକ୍ଷିକ ତଥା ସାଂସ୍କୃତିକ ଦିଗ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ସୁଶ୍ରୀ ସଂଯୁକ୍ତ ପରିଚ୍ଛା ସଂଗୋଷ୍ଠୀକୁ ସଂଯୋଜନା କରିଥିଲେ । ପରିଷଦର ରାଜ୍ୟ ସଂଗଠନ ସଂପାଦକ ନାରାୟଣ ନାୟକ ଏବଂ ସାଧାରଣ ସଂପାଦକ ଧର୍ମବ୍ରତ ରଥ ତଥା ସଭ୍ୟ ରଙ୍କମଣି ବାରିକ ସମଗ୍ର କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ । ଡା. ଅଶୋକ ସେଠୀ, ନୀଳମଣି ମିଶ୍ର, ପ୍ରଭାକର ମିଶ୍ର, ଧିରେନ୍ଦ୍ର ନାରାୟଣ ସିଂଦେଓ, ଡ. ତରୁଣ ମିଶ୍ର, ସତ୍ୟନାରାୟଣ ପ୍ରଧାନଙ୍କ ସହିତ ପ୍ରଦେଶ ତଥା ପ୍ରଦେଶ ବାହାରୁ ଅର୍ଦ୍ଧଶତାଧିକ କାର୍ଯ୍ୟକର୍ତ୍ତା ଏ ସଂଗୋଷ୍ଠୀରେ ଯୋଗଦାନ କରିଥିଲେ । ସଭ୍ୟ ରାମଚନ୍ଦ୍ର ପଟେଲ ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.