Yearly Archives

2026

ବଲାଙ୍ଗିରରେ ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା : ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା । କେତେବେଳେ କ୍ଷୀର ଜାର୍‌ରେ ତ ଆଉ କେତେବେଳେ ମକା ବସ୍ତାରେ ତ ଆଉ କେତେବେଳେ କପଡ଼ା ଗଣ୍ଠିଲି ଭିତରେ ଗଞ୍ଜେଇ ଚାଲାଣ କରୁଛନ୍ତି ଗଞ୍ଜେଇ ଚାଲାଣକାରୀ । ଆଜି ମଧ୍ୟ ଆଉ ଏକ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରିବା ପାଇଁ…
Read More...

ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମେଳନ କକ୍ଷରେ ତ୍ୟାଗ, ସମର୍ପଣ ଓ ସମାଜସେବାର ବାର୍ତ୍ତା ବହନ କରି ମହାସମାରୋହରେ 'ଜାତୀୟ ସେବା ଯୋଜନା ଦିବସ' ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦ ଏହି ସଭାରେ ସଭାପତିତ୍ୱ କରି…
Read More...

ଘରୋଇ କଲେଜ ମାଲିକଙ୍କ କଳା କାରନାମା : ବଲାଙ୍ଗିରରେ କିଏ ସେ ଘରୋଇ କଲେଜ ମାଲିକ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ଘରୋଇ କଲେଜ ମାଲିକଙ୍କ କଳା କାରନାମା ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଏକ ଭିଡ଼ିଓ ଘୁରି ବୁଲୁଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ବଲାଙ୍ଗିର ସହରର ଏକ ଘରୋଇ କଲେଜର ମାଲିକ ନିଜ ଛାତ୍ରଙ୍କ ସହ ଅଶ୍ଲୀଳ ଭାଷାରେ କଥା ହେବା ସହ ଖୋଲା ଦେହରେ…
Read More...

୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟା

"ମଞ୍ଚସ୍ଥ ହେଲା ନାଟକ "ନିଃସହାୟ" ଓ "ସୁରେନ୍ଦ୍ର ସାଏଙ୍କ ନିଶ" ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟାରେ ୧ମ ନାଟକ ନାରୀ ଅଦ୍ଵିତ୍ୟ, ଭୁବନେଶ୍ୱର ପ୍ରଯୋଜିତ "ନିଃସହାୟ"…
Read More...

ବାରିପଦାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ : ସ୍ଵାଗତିକା ପଣ୍ଡା ପ୍ରଥମ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସାଇନ୍ସ ପ୍ଲାନେଟୋରିୟମ୍ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର-୨୦୨୬ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି…
Read More...

ଏସଆଇଆର ସମେତ ସମସ୍ତ ନିଷ୍ପତ୍ତି ପୂର୍ଣ୍ଣ ନିର୍ବାଚନ ଆୟୋଗର ସର୍ବସମ୍ମତ ନିଷ୍ପତ୍ତି : ଭାରତୀୟ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ନିର୍ବାଚନ ଆୟୋଗ ହେଉଛି ଏକ ସାମ୍ବିଧାନିକ ସଂସ୍ଥା ଯାହା ସମ୍ବିଧାନର ଅନୁଚ୍ଛେଦ ୩୨୪, ଆଇନଗତ ନିୟମାବଳୀ ଏବଂ ପ୍ରତିଷ୍ଠିତ ସାଂସ୍ଥାନିକ ପରମ୍ପରାର କଠୋର ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରେ। ଏହି ଆୟୋଗ ଏକ ବହୁ-ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ସଂସ୍ଥା…
Read More...

ଭୂସ୍ଖଳନ ଆଶଙ୍କାରେ କଳିଙ୍ଗା ଘାଟି ବନ୍ଦ : ପୁଲିସର ନାକାବନ୍ଦୀ, ବିକଳ୍ପ ରାସ୍ତାରେ ଯାତାୟାତ ପାଇଁ ପରାମର୍ଶ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଲଘୁଚାପଜନିତ ପ୍ରବଳ ବର୍ଷା ଓ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟିକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ଘାଟି ରାସ୍ତାରେ ଯାତାୟାତ ଉପରେ କଟକଣା ଲାଗୁ ହେବା ପରେ…
Read More...

୬୦୦ ବୋତଲ କଫ ସିରଫ ଜବତ, ୨ ଯୁବକ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ସରକାରଙ୍କ ନିଶା ମୁକ୍ତ ଅଭିଯାନ ଆରମ୍ଭରୁ ତପ୍ତରତା ଦେଖାଇ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ୬୦୦ ବୋତଲ କଫ ସିରଫ ଜବତ କରିବା ସହ ୨ ଯୁବକ ତଥା ଉଭୟ ଭାଇଙ୍କୁ ବୁଧବାର ଦିନ ଗିରଫ କରିଛି । ଗିରଫ…
Read More...

ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର କୋର୍ଟଷ୍ଟେସନ୍ ସାହିର ବାସିନ୍ଦା ତଥା ଗଞ୍ଜାମ ଜିଲ୍ଲା ହେଡ-କ୍ୱାର୍ଟରରେ ଦୀର୍ଘ ଦିନ ଧରି ଅବସ୍ଥାପିତ ହୋଇ କାର୍ଯ୍ୟ କରି ଆସିଥିବା ଅବସରପ୍ରାପ୍ତ ସହକାରୀ ଯୋଗାଣ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ବୁଧବାର ସକାଳେ ପରଲୋକ…
Read More...

ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ସ୍ଥଳଭାଗ ଛୁଇଁଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ସ୍ଥଳଭାଗ ଛୁଇଁଛି । ଗତକାଲି (୨୩ ସେପ୍ଟେମ୍ବର, ୨୦୨୬) ରାତି ପ୍ରାୟ ୧୧:୩୦ ମିନିଟରେ ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ,…
Read More...