Daily Archives

ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଲା : ଆଜି ୮୫ ଚିହ୍ନଟ, ବଲାଙ୍ଗିର ପୌରାଂଚଳରେ ୪୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୪ ହଜାର ଅତିକ୍ରମ କରିଛି । ଆଜି ୮୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୫,
Read More...

ନିଃସହାୟ ଗରିବ ବିଧବା ମହିଳାଙ୍କୁ ଭତ୍ତା ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ୍‌ ଅନ୍ତର୍ଗତ ମହୁଲବାହାଲି ଗାଁର ନିଃସହାୟ ଗରିବ ବିଧବା ବୃଦ୍ଧା ମାଳତି ରାଉତ ଏବେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଗତ ୨ ଜାନୁଆରୀ ୨୦୧୭ରେ ତାଙ୍କ ସ୍ୱାମୀ ଶ୍ୟାମଘନ ରାଉତ ତାଙ୍କୁ ଏକା କରି ପରଲୋକ ଗମନ କରିବା ପରେ ସେ ବହୁତ ଦୁଃଖ
Read More...

ଆସନ୍ତା କାଲିରୁ ଆରମ୍ଭ ହେବ ‘ରେଡ଼ିଓ ପାଠଶାଳା’

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଆସନ୍ତା କାଲିଠୁ ଶୁଭାରମ୍ଭ ହେବ "ରେଡ଼ିଓ ପାଠଶାଳା' ବୋଲି ସୂଚନାରେ କୁହାଯାଇଛି । ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ
Read More...

ପାଇକମାଲ ମୁଖ୍ୟ ରାସ୍ତା ଉପରେ ଗାଡି ପାର୍କିଙ୍ଗ ସମସ୍ୟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଞ୍ଚାୟତ ସମିତିର ମୁଖ୍ୟ ରାସ୍ତା ବିଜୁ ଏକ୍ସପ୍ରେସ ୱେ ରାସ୍ତା ସମାପ୍ତ ହୋଇ ନଥିବା ବେଳେ ଡ୍ରେନ ସମସ୍ୟା ପାଇକମାଲ ବାସୀଙ୍କୁ ସମସ୍ୟା ସୃଷ୍ଟି କରୁଛି । ରାସ୍ତା ଉପର ସମସ୍ୟା ଅନେକ ପ୍ରକାର ରହିଛି । ଡ୍ରେନ ନାହିଁ, ଷ୍ଟ୍ରିଟ ଲାଇଟ ନାହିଁ, ଗାଈ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୨୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୨୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୩୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୬୧୩
Read More...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂହ(୮୨)ଙ୍କ ପରଲୋକ ହୋଇଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ତାଙ୍କୁ ୨୫ ଜୁନ୍‌ରେ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମଲ୍‌ଟି ଅର୍ଗାନ୍‌ ଡିସ୍‌ଫକ୍ସନ ସିଣ୍ଡ୍ରୋମ ସହ ସେପ୍‌ସିସ୍‌ର ଚିକିତ୍ସା ଚାଲିଥିଲା
Read More...

ଭିଟାମିନ୍‌-ଡି କରୋନା ସଂକ୍ରମଣ ମୃତ୍ୟୁହାର କମାଇବାରେ ସକ୍ଷମତା ରଖୁଛି

ୱାସିଂଟନ୍‌ : କରୋନା ଭାଇରସ୍‌ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଘାତକ ମହାମାରୀ ଯୋଗୁଁ ସାରା ବିଶ୍ୱରେ ୧୦ ଲକ୍ଷରୁ ଅଧିକ ମୂଲ୍ୟବାନ ଜୀବନ ଯାଇସାରିଛି । ଏଭଳି ସମୟରେ ଆମେରିକାରେ ଏକ ତାଜା ପ୍ରତିରୋଧକ ବିଷୟରେ ଦାବୀ କରାଯାଇଛି, ଯେଉଁମାନଙ୍କ ଶରୀରରେ
Read More...

କରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଡେବ୍ରିଗଡ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ପହିଲାରୁ ଖୋଲିବ

ସମ୍ବଲପୁର (ଦାମୋଦର ପଣ୍ଡା) ଆଜି ବିଶ୍ଵ ପର୍ଯ୍ୟଟନ ଦିବସ । ଏହି ଅବସରରେ କରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଡେବ୍ରିଗଡ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ପହିଲାରୁ ଖୋଲିବ ବୋଲି ଜଣାପଡ଼ିଛି । ସମ୍ବଲପୁର ବରଗଡ଼ ସୀମାନ୍ତ ହୀରାକୁଦ ରିଜର୍ଭର ଅଞ୍ଚଳରେ ଥିବା ଇକୋ ପରର୍ଯ୍ୟଟନସ୍ଥଳୀ ଠାରେ ଜଙ୍ଗଲ
Read More...

ଯେତେ ଗୁହାରୀ କଲେ ବି ନେଇଁ ଶୁନ୍‌ବାର୍‌ ମୋର୍‌ ଦୁଖ୍‌

ତୁରେକେଲା, (କୈଳାଶ ସଗ୍ରିଆ) : ଯେତେ ଗୁହାରୀ କଲେ ବି ମୋର୍‌ ଦୁଖ୍‌ କିହେ ନେଇଁ ଶୁନ୍‌ବାର ବଲି ବଡ଼ା ଗୁଲ୍‌ଗୁଲା ହେଇ କହିଛନ୍‌ ତୁରେକେଲା ବ୍ଲକ୍‌ ମହୁଲବାହାଲି ଗ୍ରା.ପ.ର ପହରିଆପଡ଼ାର ସୁମତି ଷାଣ୍ଢ(୨୬) । ସୁମତି ଷାଣ୍ଢ ଶାରୀରିକ ଭାବେ ଅକ୍ଷମ ବଲି ବିକଳାଙ୍ଗ ଡାକ୍ତରୀ ସାର୍ଟିଫିକେଟ୍‌
Read More...

ଦୂଷିତ ପାଣି : ପ୍ରଶାସନ ନୀରବ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସଦାସର୍ବଦା ବରଗଡ ଜିଲ୍ଲା ପଦ୍ମପୁରରେ ପି.ଏଚ.ଡି. ବିଭାଗର ଦୂଷିତ ପାଣି ସପ୍ଲାଇର ଖବର ବିଭିନ୍ନ ସମୟରେ ଅନେକ ସଂବାଦପତ୍ର, ଭିଜୁଆଲ୍‌ ମିଡିଆରେ ପ୍ରକାଶିତ ହୋଇ ଆସୁଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀମାନଙ୍କ ପାରିବା ପଣିଆ ଆଜି ପୁଣି ପଦାରେ ପଡି ବାଟରେ
Read More...