Daily Archives

ସୁପରଭାଇଜର ମାନଙ୍କ ବଦଳି ନେଇ ଅସନ୍ତୋଷ

ଲୋଇସିଂହ, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଅଧିନ ଲୋଇସିଂହା ସମନ୍ବିତ ଶିଶୁ ବିଭାଗ ପ୍ରକଳ୍ପରେ କାର୍ୟ୍ୟରତ ସୁପରଭାଇଜର ମାନଙ୍କ ବଦଳି ନେଇ ଅସନ୍ତୋଷ ପ୍ରକାଶ ପାଇଛି । କୋଭିଡ କଟକଣା ସମୟରେ ଏଭଳି ବଦଳି ଯୋଗୁଁ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ସୂଚନା
Read More...

ପ୍ରିୟଙ୍କା କୁମ୍ଭାର +୨ ବିଜ୍ଞାନରେ କଲେଜ ଟପ୍ପର

ସଇଁତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗ୍ରାମର ସାମ୍ବାଦିକ ସୁବନ୍ତ କୁମ୍ଭାର ଓ ମାଆ କୁନ୍ତଳା ନନ୍ଦଙ୍କ ଝିଅ ପ୍ରିୟଙ୍କା କୁମ୍ଭାର ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶାସ୍ତ୍ରୀଜୀ ମହିଳା ବିଦ୍ୟା ନିକେତନ କଲେଜରେ ପାଠ ପଢ଼ୁଥିବା ବେଳେ +୨
Read More...

ଲୋଇସିଂହା : ମେଘ ଅଛି ବର୍ଷା ନାହିଁ, ଚାଷୀ ହତାଶ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ବର୍ଷାଜଳ ଉପରେ ନିର୍ଭର କରୁଥିବା ବଳାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକ ଅଂଚଳରେ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ବର୍ଷାଭାବ ଦେଖାଦେଇଛି । ଫଳରେ ଧାନଚାଷର ରୁଆ ବେଉଷଣା କିଛି ପରିମାଣରେ ବାକି ରହିଯାଇଛି । ମେଘ ଉଠୁଛି, କିନ୍ତୁ ବର୍ଷା ହେଉନି ।
Read More...

ସହରରେ କାଲିଠୁ ଖୋଲିବ ଚା’ ଦୋକାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରରେ କାଲିଠୁ ସର୍ତ୍ତମୂଳକ ଭାବେ ଚା’ ଦୋକାନ ଖୋଲିଯିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ପ୍ରଦାନ କରିଛି । କିଛି ମାସ ହେଲା ସହରରେ ଚା’ ଦୋକାନଗୁଡ଼ିକ ବନ୍ଦ ଥିବା ବେଳେ ଚା’ ଦୋକାନୀମାନଙ୍କ ଆର୍ଥିକ ଅବସ୍ଥା ବିଗିଡ଼ି ଯାଇଥିଲା । ସେମାନେ ଏ ସଂପର୍କରେ
Read More...

କଂଟେନମେଂଟ ଜୋନ୍ ଉଠାଇବା ପାଇଁ ଅଂଚଳବାସୀଙ୍କ ବିକ୍ଷୋଭ : ଡିଏସପିଙ୍କ ବୁଝାସୁଝା ପରେ ଶାନ୍ତ ହେଲେ ବିକ୍ଷୋଭକାରୀ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସିପକାପଡା କଂଟେନମେଂଟ ଜୋନକୁ ଉଠାଇବା ପାଇଁ ସିଲ୍ ସ୍ଥାନରେ ସଂପୃକ୍ତ ଅଂଚଳର ମହିଳା ପୁରୁଷମାନେ ଆସି ଆଜି ସକାଳୁ ବିକ୍ଷୋଭ କରିଛନ୍ତି । ଏହି ଘଟଣା ଜାଣିବା ପରେ ସ୍ଥାନୀୟ ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର ବୁଝାସୁଝା କରିଥିଲେ । କିନ୍ତୁ
Read More...

ଆଜି ବଲାଙ୍ଗିର ଜିଲ୍ଲାରୁ ୩୧ : ବଲାଙ୍ଗିର ପୌରାଂଚଳରୁ ୧୫

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରୁ ୩୧ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ କେବଳ ୧୫ ଜଣ ସାମିଲ୍ ଅଛନ୍ତି । ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ୯ ଜଣ ମହିଳା ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳର
Read More...

ସଂଗୀତ କ୍ଷେତ୍ରରେ ସୁମନ ଏକ ଉଜ୍ୱଳ ପ୍ରତିଶ୍ରୁତି ନିଶ୍ଚୟ

କଳାହାଣ୍ଡି, (କେପିଏନ୍ଏସ୍) : ପିଲାଦିନରୁ ବିଦ୍ୟାଳୟରେ ପ୍ରାର୍ଥନା ବୋଲିବା ହେଉ କି ବିଭିନ୍ନ ସମୟରେ କଣ୍ଠ ସଂଗୀତ ପ୍ରତିଯୋଗୀତା ହେଉ, ସବୁଥିରେ ଭାଗନେଇ ପ୍ରଥମସ୍ଥାନରେ ରୁହନ୍ତି ସୁମନ ଶେଖର ମିଶ୍ର । ଏବେ ବି ଖୁବ ବୟସ ନୁହେଁ, ମାତ୍ର ୨୩ ବର୍ଷ ବୟସର ଜଣେ ଯୁବକ । ତାଙ୍କରି ସୁମଧୁର ସ୍ୱର
Read More...

କନ୍ଧକେଲଗାଁ ହାଟରେ କରୋନା କଟକଣାକୁ ଫୁ….

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ କରୋନା ମହାମାରୀ ରୂପ ଧାରଣ କରୁଛି । କିନ୍ତୁ ଦୁଃଖର ବିଷୟ ଯେ ସଇଁନ୍ତଲା ବ୍ଲକ୍ ଅଧୀନସ୍ଥ କନ୍ଧକେଲଗାଁ ଅଂଚଳରେ କରୋନା କଟକଣାକୁ ସଂପୂର୍ଣ୍ଣ ବେଖାତିର କରାଯାଉଛି । ଯେତେବେଳେ କରୋନା ଓଡ଼ିଶାକୁ ପହଂଚି ନଥିଲା ସେତେବେଳେ ଲୋକେ ଯେଭଳି
Read More...

ସ୍ୱାଧୀନତା ଦିବସ ପାଳନରେ ହେବନି ଗହଳି : ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ସୂଚନା

ବରଗଡ଼, (ଗୋପୀନାଥ ସାହୁ) : ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ହେବାକୁ ଥିବା ବରଗଡ଼ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ତଥା ପେରେଡ଼ କାର୍ଯ୍ୟକ୍ରମ ଜର୍ଜ ହାଇସ୍କୁଲ ପଡ଼ିଆରେ ସର୍ବସାଧାରଣଙ୍କ ବିନା ଗହଳିରେ ପାଳନ ହେବ । ସକାଳ ୯ ଘଂଟାରେ ମୁଖ୍ୟଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବ ବୋଲି
Read More...

ଦେଶରେ ୬୦,୯୬୩ ଓ ଓଡ଼ିଶାରେ ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୦,୯୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୧୮୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୮୨ ଜଣ କ୍ୱରେଣ୍ଟାଇନରୁ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ସରେ ୬୯୪ ଜଣ ସଂକ୍ରମିତ ହୋଇଛନ୍ତି
Read More...