ଦେଶରେ ୬୦,୯୬୩ ଓ ଓଡ଼ିଶାରେ ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୦,୯୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୧୮୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୮୨ ଜଣ କ୍ୱରେଣ୍ଟାଇନରୁ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ସରେ ୬୯୪ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ଅନୁଗୁଳରୁ ୧୫, ବାଲେଶ୍ୱରରୁ ୮୧, ବରଗଡ଼ରୁ ୧୫, ଭଦ୍ରକରୁ ୫୦, ବଲାଙ୍ଗିରରୁ ୩୧, ବୌଦ୍ଧରୁ ୧୦, କଟକରୁ ୧୦୯, ଦେବଗଡ଼ରୁ ୨, ଢେଙ୍କାନାଳରୁ ୩୬, ଗଜପତିରୁ ୭୧, ଗଂଜାମରୁ ୨୬୦, ଜଗତସିଂହପୁରରୁ ୨୬, ଯାଜପୁରରୁ ୫୩, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୦, କେନ୍ଦ୍ରାପଡ଼ାରୁ ୫୮, କେଉଁଝରରୁ ୨୧, ଖୋର୍ଦ୍ଧାରୁ ୨୯୭, କୋରାପୁଟରୁ ୭୭, ମାଲକାନଗିରିରୁ ୨୪, ମୟୁରଭଂଜରୁ ୭୦, ନବରଂଗପୁରରୁ ୩୦, ନୟାଗଡରୁ ୧୦୫, ନୂଆପଡ଼ାରୁ ୩, ପୁରୀରୁ ୮୦, ରାୟଗଡ଼ାରୁ ୯୮, ସମ୍ବଲପୁରରୁ ୩୬, ସୋନପୁରରୁ ୨୨ ଓ ସୁନ୍ଦରଗଡ଼ରୁ ୧୧୯ ଜଣଙ୍କ ପଜିଟିଭ୍ ବାହାରିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୫୦ ହଜାର ଟପିଛି ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା । ସମୁଦାୟ ୫୦,୬୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪,୮୦୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଅନ୍ୟ ସମସ୍ତ ଆକ୍ଟିଭ୍ ବ୍ୟକ୍ତିବିଶେଷ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଜି ପୁଣି ୯ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.