ଆଜି ବଲାଙ୍ଗିର ଜିଲ୍ଲାରୁ ୩୧ : ବଲାଙ୍ଗିର ପୌରାଂଚଳରୁ ୧୫

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରୁ ୩୧ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ କେବଳ ୧୫ ଜଣ ସାମିଲ୍ ଅଛନ୍ତି । ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ୯ ଜଣ ମହିଳା ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳର ବେହେରାପାଲିରୁ ୧, ପେଲେସଲାଇନରୁ ୨, କଲେଜ ଛକରୁ ୨, ବରପାଲିପଡ଼ାରୁ ୧, ବିବିଏମଚିଏଚ୍ରୁ ୨, ରାମେଶ୍ୱର ନଗରରୁ ୧ ଓ ୬ ଜଣ ଶାନ୍ତିପଡ଼ାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଟିଟିଲାଗଡ଼ ପୌରାଂଚଳର ଠିକାଦାରପଡ଼ାରୁ ୪ ଜଣ ସଂକ୍ରମିତ ହୋଇଥିବା ସୂଚନା ରହିଛି । ଗ୍ରାମାଂଚଳରୁ ଆଗଲପୁରର ୭ ଜଣ, ଦେଓଗାଁ ବ୍ଲକ ବାନ୍ଦୁପଲିରୁ ୧, ବଲାଙ୍ଗିର ବ୍ଲକ୍ ଫାସଡ଼ରୁ ୧ ଓ ଖପ୍ରାଖୋଲରୁ ୨ ଜଣ ଏବଂ ବଲାଙ୍ଗିର ବ୍ଲକ୍ ଚନ୍ଦନଭାଟିରୁ ଜଣେ ସଂକ୍ରମିତ ବାହାରିଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ସମୁଦାୟ ୭୫୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୦ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୩୨୪ ଜଣ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.