pr

କବିତା : 🌱ଚାକିରିଆ କବି🌱

dr. purohit

ଚାକିରିଆ କବି କେବେ ବି
ମନଖୋଲି ଲେଖି ପାରିବନି କବିତା
ସତକୁ ସତ,  ମିଛକୁ ମିଛ କହିଦେଲେ
ବଦଳି ଯାଇ ପାରେ ତା’ର ଚରିତ୍ର ପଞ୍ଜିକା

ତା’ ଉପର ହାକିମଙ୍କ କଟୁକଥା
ତା’ ସହକର୍ମୀ ପ୍ରତି ଦୁର୍ବଳତା
ତାକୁ ନେଇ ବି ଲେଖି ପାରିଥାନ୍ତା
ଗୋଟିଏ ଗୋଟିଏ କବିତା
ସବୁ ଭାବନାକୁ  ଅବଦମିତ କରିଦିଏ
ଅଧିନସ୍ଥ ହେବାର ଅହମିକା

ଲେଖେ, ଜମିଦାର ଶୋଷଣ କରୁଛି
ନ ଥାଉ ପଛେ ଜମିଦାରୀ ପ୍ରଥା
ଲେଖି ପାରିବ ନାହିଁ ତା ଚତୁଃପାର୍ଶ୍ବରେ
ଘଟୁଥିବା ନୈତିକ ହରଣ କଥା
ବରଂ ଲେଖିବ କାଳ୍ପନିକ ନାୟିକାର ଗାଥା

ସତ କି ଦୁଃଖକୁ ନେଇ ସହଜ ନୁହେଁ
କବିତା ଲେଖିବା
ଚାକିରିଆ କବି ଶୁଣେ, ଦେଖେ, ଜାଣେ, ବୁଝେ
ଲେଖି ପାରେନି ଗୋଟେ ଉନ୍ମୁକ୍ତ  କବିତା।●
            
✒ମୀନକେତନ ବାରଲେବଡ଼ିଆ
ଗ୍ରାମ: ଟେଙ୍ଗରା, ମାଧ୍ୟମ: ମୁରିବାହାଲ
ଜିଲ୍ଲା: ବଲାଙ୍ଗୀର -୭୬୭୦୩୭
ମୋବାଇଲ୍: ୯୪୩୭୧୩୨୬୬୨

nrusinghnath
Leave A Reply

Your email address will not be published.