ଆର୍ଥିକ ଅନ୍ତର୍ଭୁକ୍ତିକରଣ ନିମନ୍ତେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଭିନବ ପ୍ରୟାସ

ଅନୁଗୁଳ, (କେପିଏନଏସ) : ଆଜି ଅନୁଗୁଳ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ‘ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଜିଲ୍ଲା ବିକ୍ରୟ କେନ୍ଦ୍ର’ (Financial Inclusion, District Sales Hub) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭିଡିଓ କନଫେରେନସିଙ୍ଗ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି । ଏହା ସହିତ ରାଜ୍ୟର ଅନ୍ୟ ୨୭ଟି ଜିଲ୍ଲାରେ ଏଭଳି ସ୍ବତନ୍ତ୍ର ପ୍ରକୋଷ୍ଠମାନ ଉନ୍ମୋଚିତ ହୋଇଅଛି। ଏହାଦ୍ବାରା ଗ୍ରାମାଞ୍ଚଳରେ ଜନ ସାଧାରଣ ସହଜରେ ବ୍ୟାଙ୍କିଙ୍ଗ୍ ସୁବିଧା ପାଇ ପାରିବେ ଏବଂ ସରକାରଙ୍କ ଜନଧନ ଯୋଜନା ସବୁରେ ଅନ୍ତର୍ଭୁକ୍ତ ହୋଇ ପାରିବେ।


ଏହି ଉନ୍ମୋଚନ ସଭାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ପ୍ରମୋଦ କୁମାର ପ୍ରଧାନ, ଅଗ୍ରଣୀ ଜିଲ୍ଲା ବ୍ୟାଙ୍କ୍ ଅଧିକାରୀ ଶ୍ରୀ ମହେଶ୍ଵର ଗୌଡ଼ ଓ ଅନୁଗୁଳ ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ କିଶୋର ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମଟିକୁ ଜିଲ୍ଲା ବିକ୍ରୟ କେନ୍ଦ୍ରର ମୁଖ୍ୟ ପ୍ରବନ୍ଧକ ଶ୍ରୀ ମୀନକେତନ ବାରଲେବଡ଼ିଆ ସଂଯୋଜନା କରିଥିଲେ।

Leave A Reply

Your email address will not be published.