pr

କବିତା : ଗାଁ ଅଛେ ତ ମାଁ ଅଛେ

dr. purohit

ଲକ୍ଷ୍ମୀନାରାୟଣ ହୋତା
ମାଛି ଅନ୍ଧରିଆ ବେଲକେ
କେନସି ଠାନେ ଗୁଟେ ଶୁ‌ଭୁଛେ
ଗିନି ମୁର୍ଦୁଙ୍ଗ
ଗୁଡ଼ିର ଗମ୍ଭୀରା ଭିତରୁ
ଘଁଟ୍‌ କସ୍ତାଲ୍‌
କାହିଁ କେତେ ଧୁରୁ ।

ମନ୍‌ଟା ଉସାସ ଲାଗୁଛେ
ଗାଁ’ ଅଛେ ତ ମାଁ’ ଅଛେ
ମାଁ’ ଅଛେ ତ ଗାଁ’ ଅଛେ ।

କେନସି ଗୁଟେ ଠାନେ
ଜିଇଁଥାଉ ମନ୍‌
ମନ୍‌ ଭିତରେ ସପନ୍‌
ସାତ୍‌ ପୁରୁଷର ଧରତିନେ
ମହକ ଟିକେ ଥାଉ ।

ମରି ତରି ଧାଇଁ ଧୁପି
ଯେତେ ଯାହା ଘିଚିଟାନି ହେଲେ
ହନୁମାନ ପଏସା ଦେଇ ପାରବା କାଏଁ
ଗୁଟେ ସୁନାର ସଖାଲ୍‌
ହିଁସା ଅହଁକାରଥି କାଣା ମିଲସି
ଯେନଥିର ଲାଗି ଭାଏ ହେସି ଭଗାରି ।

ବଦଲୁ ଯାହା ବଦଲିବା
ଗଛ ପତର୍‌ କଟା ହେଇ
ମୁବାଇଲ୍‌ ଟାୱାର୍‌ ବସୁଛେ ବଲୁଛ ତ,
ମାହାପ୍ରୁ ଗୁଡ଼ିର
ଗରୁଡ଼ ଖୁମ୍‌ ଶିଘେ
ପାରା ହଲେ ରହୁଥାଉନ୍
ଟିହା ଉଡ଼େଇ
ମନ୍‌ଟା ଉସତ୍‌ ଲାଗୁଥାଉ
ଏଥର ଶୁଭ୍‌‌ ହେବା ବଲି
ଥୁଡ଼େ ଲୋକ ଭାବୁଥାଉନ୍
ଠିଆ ହେବାରକେ ପାହା ତଲେ
ମାଏଟ୍‌ ଥୁଡ଼େ ଥାଉ ।

ଗାଁ ମୁଡ୍‌ସା ଠୋଲ୍‌ ହେଇ
ପିଲେ ଉଡ଼ଉ ଥାଉନ୍ ପତାଙ୍ଗି
ସୂତାଥି ସିମ୍‌ ପତର୍‌ ଘଁଷି
କିନ୍ଦ୍ରଉ ଥାଉନ୍ ନଟୁ…
ଗ୍ଲୋବ୍ ଉପରେ ଲଟକି ଥାଉ
ଗାଁ ଗୁଟେର୍‌ ଫଟୁ ।

ଏନ୍ତା ଥାଉ ଭାବ୍‌ ପୀରତି
ସାଙ୍ଗ ସରସା ଜୁହାର୍‌ ସଁସେ
କେନସି ଗୁଟେ ଚିହ୍ନା ଚିହ୍ନା ମୁହୁଁ କହୁଥାଉ
କେନତା ବୋ ଭାୟା ବନେ ବନେ !!

ସାକ୍ଷୀପଡ଼ା, ସମ୍ବଲପୁର-୧
ମୋ.ନଂ. : ୯୪୩୭୨୨୦୬୮୫

nrusinghnath
Leave A Reply

Your email address will not be published.