pr

ଜାତୀୟ ରାଜପଥ ନିର୍ମାଣରେ ପଶ୍ଚିମ ଓଡିଶାକୁ ଅବହେଳା : ନରସିଂହ

dr. purohit

ପଶ୍ଚିମ ଓଡିଶା ଓ ଉପକୂଳ ଓଡିଶା ବିକାଶରେ ସମାନତା ଦାବୀ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କାଲି ରାଜ୍ୟରେ ଥିବା ଜାତୀୟ ରାଜପଥ ନିର୍ମାଣ ଓ ଉନ୍ନତିକରଣ ପାଇଁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଆଲୋଚନା ହୋଇଯାଇଛି । ଏହି ଆଲୋଚନାରେ ମୁଖ୍ୟତଃ ଓଡିଶାର ଉପକୂଳବର୍ତ୍ତି ଅଂଚଳରେ ଥିବା ଜାତୀୟ ରାଜପଥ ତଥା ଓଡିଶାର ଖଣି ଖଦାନ ଥିବା କିଛି ଜିଲ୍ଲାର ଜାତୀୟ ରାଜପଥ ନିର୍ମାଣ ଓ ଉନ୍ନତି ଦିଗରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ପଶ୍ଚିମ ଓଡିଶାର କୈାଣସି ଗୋଟିଏ ବି ଜାତୀୟ ରାଜପଥ ପ୍ରକଳ୍ପ ଉପରେ ଆଲୋଚନା ହୋଇନଥିବାରୁ କଂଗ୍ରେସ ବିଧାୟକ ଦଳର ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି କ୍ରମାଗତ ଭାବରେ ପ୍ରତ୍ୟେକ ବିକାଶମୂଳକ ପ୍ରକଳ୍ପକୁ ନେଇ ପଶ୍ଚିମ ଓଡିଶା ଦାବୀକୁ ସରକାର କର୍ଣ୍ଣପାତ କରୁନାହାନ୍ତି । ଖୋର୍ଦ୍ଧାରୁ ବଲାଙ୍ଗିର ଦଶପଲ୍ଲା ଦେଇ ଆସିଥିବା ରାସ୍ତାରେ ଯିଏ ଥରେ ଆସିବ ସେ ଜିବନରେ ଆଉ ସେ ରାସ୍ତାକୁ ବ୍ୟବହାର କରିବା ପାଇଁ ଇଚ୍ଛା ପ୍ରକାଶ କରିବ ନାହିଁ । ସେ ଏହା ବି କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ବରପାଲ-ବୋରିଗୁମା ଜଗଦଲପୁର ରାସ୍ତା ଉପରେ ମଧ୍ୟ କୈାଣସି ଆଲୋଚନା ନ ହେବା ଅତି ଦୁଃଖର ବିଷୟ । ଏହି ମର୍ମରେ ସେ ଭୁବନେଶ୍ୱର ବଲାଙ୍ଗିର ରାସ୍ତାକୁ ଆଗାମୀ ଦିନରେ ଚାରି ଥାକିଆ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବୀ କରିଥିଲେ । କେବଳ ଜାତୀୟ ରାଜପଥ ନୁହେଁ ପର୍ଯ୍ୟଟନ କ୍ଷେତ୍ରକୁ ଯଦି ଦେଖିବା ଏହି ନିକଟରେ ପୁରୀ ଶ୍ରୀକ୍ଷେତ୍ର, କୋଣାର୍କ, ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସରକାର ଯେଭଳି ଭାବରେ କାର୍ଯ୍ୟକ୍ରମ ରଖୁଛନ୍ତି ତାହା ସ୍ୱାଗତ ଯୋଗ୍ୟ କିନ୍ତୁ ପଶ୍ଚିମ ଓଡିଶାରେ ଥିବା ହରିଶଙ୍କର, ନୃସିଂହନାଥ, ରାଣୀପୁର ଝରିଆଲ, ପାତାଲି ଶ୍ରୀକ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳି ଭୀମଡୁଙ୍ଗୁରି, କୁମୁଡା ପାହାଡ ଆଦି ପାଇଁ ଆଜି ପର୍ଯ୍ୟନ୍ତ କୈାଣସି ଆଖି ଦୃଶିଆ ଯୋଜନା ପରିକଳ୍ପନା ନାହିଁ । ଫଳରେ ଲୋକଙ୍କ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଲାଣି । ତେଣୁ ରାଜ୍ୟର ବିକାଶକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଞ୍ଚଳିକ ବୈଷମ୍ୟତାକୁ ଲୋକେ ଆଉ ବରଦାସ୍ତ କରିବେ ନାହିଁ ବୋଲି ଚେତେଇ ଦେବା ସହ ଯଦି ପଶ୍ଚିମ ଓଡିଶାର ଉପକୂଳବର୍ତ୍ତି ଓଡିଶା ପରି ଏକ ସମୁତୁଲ ବିକାଶ କରାନଯାଏ ତେବେ ଲୋକଙ୍କ ମନରେ କୁହୁଳୁଥିବା ଆଗାମୀ ଦିନରେ ବିସ୍ପୋରଣ ରୂପ ନେବ ବୋଲି ବିଧାୟକ ଶ୍ରୀ ମିଶ୍ର ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି ।

nrusinghnath
Leave A Reply

Your email address will not be published.