ଲାୟନ୍ସ କ୍ଲବର ଡିଜିଙ୍କ ଅଫିସିଆଲ ଭିଜିଟ

ଲାୟନସ ଡେନର ନବୀକରଣ ଗୃହଉତ୍ସବ,ଚାର୍ଟର ନାଇଟ ଓ ଦିୱାଲି ମିଲନ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସନ୍ଧ୍ୟା ସାତଟା ସମୟରେ ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଚାର୍ଟର ନାଇଟ ଓ ଦିୱାଲି ମିଲନ ସଭାପତି ଶ୍ରୀ ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ ଡିଷ୍ଟିକ ୩୨୨ ସି ୨ ର ଗଭର୍ଣ୍ଣର ଲାୟନ ମମତା ଗୌତମ, ଭିଡିଜି ୱାନ ଚରନ ଜିତ୍ କୋର୍ ହୁରରା, ଭିଡ଼ିଜି ଟୁ ଶ୍ରୀମତି ଦୁର୍ଗେସ ନନ୍ଦିନୀ, କ୍ୟାବିନେଟ୍ ସେକ୍ରେଟାରୀ ଶ୍ରୀମତି ରାଧିକା ଗୌତମ, ପୂର୍ବତନ ଡି.ଜି ଯମୁନା ପ୍ରସାଦ ଗୋଏଲ, ରିଜିନାଲ ଚେୟାର ପର୍ସନ ରୋହିତ ଅଗ୍ରୱାଲ, କ୍ଲବ ସମ୍ପାଦକ ପଙ୍କଜ ନାମଦେବ, କୋଷାଧ୍ୟକ୍ଷ ବିନୟ ଜୈନ, ଲିଓ କ୍ଲବ ସଭାପତି ପ୍ରତ୍ୟୁଷ ସାହୁ, ସମ୍ପାଦକ ରୋଶନ ଖମାରୀ ଏବଂ ଟିଟିଲାଗଡ଼ କ୍ଲବର ସଭାପତି ସଞ୍ଜୟ ସୋନିଙ୍କୁ ପ୍ରଥମେ ମଞ୍ଚ ଉପରକୁ ନିମନ୍ତ୍ରିତ କରିବା ପରେ ଗଣେଶଙ୍କ ପ୍ରତିମୂର୍ତ୍ତୀରେ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଶୈଳେଶ ଗୋଏଲ । ଏହି ଅବସରରେ କ୍ଲବର ସମସ୍ତ ଚାର୍ଟର ସଦସ୍ୟ ଈଶ୍ୱର ଜୈନ, ଡଏଲ ଡି. ଶର୍ମା, ଗୋପାଳ ଲାଠଙ୍କୁ ଡାକି ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ କ୍ଳବର ଯେଉଁ ସଦସ୍ୟ ମାନଙ୍କ ୨୫ ବର୍ଷ ବିବାହ ବାର୍ଷିକୀ ପୂରିଛି ସେ ସମସ୍ତ ଦମ୍ପତିଙ୍କୁ ମଞ୍ଚ ଉପରକୁ ଡାକି ସ୍ୱାମୀ ମାନେ ସ୍ତ୍ରୀ ମାନଙ୍କ କେଶରେ ଫୁଲ ଖୋସି ଥିବା ବେଳେ ସ୍ତ୍ରୀ ମାନେ ସ୍ୱମୀଙ୍କୁ ଗୋଲାପ ଫୁଲ ଦେଇ ନିଜର ଭଲ ପାଇବା ଜଣାଇଥିଲେ । ତା’ପରେ ସାଂସ୍କୃତିକ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା । ଅଶୋକ ଗ୍ରୁପ ପକ୍ଷରୁ ସେକସୋଫୋନ୍ ଓ କଳାକାରମାନଙ୍କ ଦ୍ୱରା ଅତି ସୁନ୍ଦର ସଙ୍ଗୀତ ପରିବେଷଣ କରାଯାଇଥିଲା । ସକାଳୁ ଡିଜି ଶ୍ରୀମତୀ ମମତା ଗୌତମ ଆସି ଲାୟନ୍ସ୍ କ୍ଲବର୍ ବୃଦ୍ଧାଶ୍ରମ ବୁଲିବା ସହ ସେଠାରେ ରହୁଥିବା ଲୋକଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ। ସେଠାରୁ ବାହାରି ସହରର ସମସ୍ତ ପ୍ରବେଶ ଦ୍ଵାରରେ ସ୍ୱାଗତ ବୋର୍ଡର ଶୁଭ ଉଦଘାଟନ, ଶିକେର ଗ୍ରାମର ମନ୍ଦିରରେ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ, ସଂଧ୍ୟା ୪ ଟା ବେଳକୁ ଲାୟନସ ଡେନର ନବୀକରଣ କୋଠାକୁ ଉଦ୍ଘାଟନ ସହ ପୁରୁଣା ଶୌଚାଳୟକୁ ଭାଙ୍ଗି ନୂତନ ଶୌଚାଳୟ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। କାର୍ୟ୍ୟକ୍ରମକୁ ପରିଚାଳନା କରିବାରେ କ୍ଲବର ସମ୍ପାଦକ ପଙ୍କଜ ନାମଦେବ, କୋଷାଧ୍ୟକ୍ଷ ବିନୟ ଜୈନ, ମାର୍କେଟିଂ ଚେୟାର ପର୍ସନ ଲାୟନ୍ ଶ୍ରୀ ସଞ୍ଜୟ କୁମାର ନାୟକ, କ୍ଲବର ବରିଷ୍ଠ ସଦସ୍ୟ ସମ୍ଭୁ ପ୍ରସାଦ ଗୋଏଲ, ଏମ ଯେ ଏଫ ଦୀପକ ସାହୁ, ଲିଙ୍ଗରାଜ ସାହୁ, ଦୀପକ୍ ପୃଷ୍ଟି, ବରିଷ୍ଠ ସଦସ୍ୟ ରତ୍ନାକର ସାହୁ, ମଦନ ପୃଷ୍ଟି, ସନ୍ତୋଷ ମହାନ୍ତି, ଆବାସ ଖାଁ, ସୁଧୀର ମେହେର, ଶୈଳେଶ ଗୋଏଲ, ସୁଜିତ ଚୌଧୁରୀ, ଅଜିତ ଚାନ୍ଦ ପାତ୍ର, ଶ୍ରୀୟାସ ଜୈନ, ମହିଳା ସଦସ୍ୟା ଶ୍ରୀମତୀ ବିନ୍ଦୁ ସାହୁ, ଆରତୀ ସାହୁ, ଜୁଲି ସାହୁ, ମୀନାକ୍ଷୀ ସାହୁ, ବବିତା ଶର୍ମା, ଗୀତାଞ୍ଜଳି ମହାରଣା, ଲଳିତା ଲାଠ,ଲିଓ କ୍ଲବର ଅଙ୍କିତ ଗୁପ୍ତା, ସୁଭୋଜିତ ସାମନ୍ତ ଓ ଅନ୍ୟ ସଦସ୍ୟ ମାନେ ପରିଚଳନା କରିବାରେ ସହଯୋଗ କରିଥିଲେ।

Leave A Reply

Your email address will not be published.