ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ୨ଟି ଘରେ ଓ ବିନିକା ବନ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗର ଜଣେ ଫରେଷ୍ଟରଙ୍କ ଘରେ ଓ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ରେଡ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜର ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ୨ଟି ଘରେ ଓ ବିନିକା ବନ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସର ଡିଏସପି କେ.ଏନ୍.ମିନ୍ସଙ୍କ ନେତୃତ୍ବରେ ସୁବର୍ଣ୍ଣପୁର ଓ ସମ୍ବଲପୁର ଭିଜିଲାନ୍ସର ୧୦ଜଣିଆ ଦଳ ଆଜି ଏକକାଳୀନ ଭାବେ ସୁବର୍ଣ୍ଣପୁର ସହରର ଶାନ୍ତି ନଗର ପଡାରେ ଥିବା ଘର ଓ ମାଣିକେଶ୍ବରୀ ପ୍ଲଟରେ ଥିବା ଏକ କୋଠା ସହ ବିନିକା ରେଞ୍ଜ ଅଫିସରେ ମିଳିତ ଚଢାଉରେ ସାମିଲ ଅଛନ୍ତି । ଏପର୍ୟ୍ୟନ୍ତ ଫରେଷ୍ଟରଙ୍କ ଘରୁ କିଛି ବ୍ୟାଙ୍କ ପାସବୁକ, ଜୀବନ ବୀମା ବଣ୍ଡ, ଜମିବାଡିର କାଗଜପତ୍ର ତଥା ନଗଦ ଟଙ୍କା ସହ ସୁନାଗହଣା ଜବତ କରିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଆୟ ବହିର୍ଭୁତ ସମ୍ପତ୍ତିର ସର୍ବଶେଷ ଆକଳନ ସରିନଥିବାବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।

Leave A Reply

Your email address will not be published.