ଫାଇବ-ଟି ସଚିବଙ୍କ ଟିଟିଲାଗଡ ଗସ୍ତ କାର୍ଯ୍ୟକ୍ରମ ବେଳେ ପୋଲିସ ମାଡରେ ଅଟୋ ଚାଳକ ଲହୁଲୁହାଣ, କିଛି ସମୟ ପାଇଁ ଉତ୍ତେଜନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଅପରାହ୍ନ ସାଢେ ବାରଟା ସମୟରେ ହେଲିକପ୍ଟର ଯୋଗେ ସ୍ଥାନୀୟ ସିଟି ସ୍କୁଲ ଖେଳ ପଡିଆକୁ ଆସି ନିଜର କାର୍ଯ୍ୟକ୍ରମ ସାରି ନିର୍ଦ୍ଧାରିତ ସମୟରେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ଫେରି ଯାଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଟିଟିଲାଗଡ ତଥା ଆଖପାଖ ଅଞ୍ଚଳରେ ଥିବା ଲୋକଙ୍କୁ ବସ, ବୋଲେରୋ, ଅଟୋ ଯୋଗେ ଅଣାଯାଇଥିଲା । ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ ଛାଡିଥିବା ଲୋକଙ୍କୁ ପୁଣି ଆଣିଯିବା ସମୟରେ ପୋଲିସ କୁଆଡେ ଯାଉଛୁ କହି ମାଡ ମାରି ଲହୁ ଲୁହାଣ କରିଥିବା ମାଡ ଖାଇଥିବା ଅଟୋ ଡ୍ରାଇଭର ଅଭିଯୋଗ କରିଛନ୍ତି । ବିଚ୍‌ ରାସ୍ତାରେ ଅଟୋ ଡ୍ରାଇଭର ଜଣକ ଆମକୁ କାହିଁକି ଡାକୁଥିଲ, ମାଡ ଖୁଆଇବା ପାଇଁ କି ବୋଲି ପୋଲିସକୁ ଖୋଲାଖୋଲି କହିଥିବା ଦେଖିବାକୁ ମିଳିଥିଲା । ତେବେ କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.