oom

ଜାତୀୟ ସଡ଼କ ସୁରକ୍ଷା ମାସ ଉଦ୍‌ଯାପନ ସମାରୋହ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଆଂଚଳିକ ପରିବହନ, ପୋଲିସ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସଡକ ସୁରକ୍ଷା ଆଇନ୍, ନିୟମ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାରେ ଜାନୁଆରୀ ମାସ ବ୍ୟାପି ସଡ଼କ ସୁରକ୍ଷା ମାସ ପାଳନ କରାଯାଇଥିଲା । ଶୁକ୍ରବାର ଜିଲ୍ଲାପରିଷଦ ସଭାଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ମାସର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଆଂଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ପ୍ରମୁଖ ଯୋଗଦେଇ ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ ଏକମାସ ବ୍ୟାପି ଜିଲ୍ଲାରେ ସଡକ ସୁରକ୍ଷା, ନିୟମ, ଆଇନ୍ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦ୍ରୁତଗତିରେ ଗାଡି ଚାଳନା କରିବା ମହାବିପତ୍ତି, ସଡକ ସୁରକ୍ଷା ଜୀବନ ରକ୍ଷା, ପରିବାର ସୁରକ୍ଷା ସମ୍ପର୍କରେ ସମସ୍ତେ ସଚେତନ ହେବା ଆବଶ୍ୟକତା ଉପରେ ଅତିଥିମାନେ ଗୁରୁତ୍ଵ ପ୍ରଦାନ କରିଥିଲେ । ବିଶେଷ କରି ଛାତ୍ରଛାତ୍ରୀ, ଯୁବପିଢି ସଡକ ସୁରକ୍ଷା ନିୟମ ପାଳନ କରି ଗାଡି ଚାଳନା କରିବା, ହେଲମେଟ ପିନ୍ଧିବା, କାର ଚାଳନା ସମୟରେ ସିଟ ବେଲ୍ଟ ବାନ୍ଧିବା, ନିଜେ ସଡକ ସୁରକ୍ଷା ଆଇନ୍ ଓ ନିୟମ ସମ୍ପର୍କରେ ସଚେତନ ହୋଇ ଅନ୍ୟ ମାନଙ୍କୁ ସଚେତନ କରିବା ସହିତ ସଡକ ଦୁର୍ଘଟଣାରୁ ଅମୂଲ୍ୟ ଜୀବନକୁ ସୁରକ୍ଷା ଦେବା ଦିଗରେ ସହାୟକ ହେବା ନିମନ୍ତେ ଅଧିକ ଯତ୍ନବାନ୍ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ସାମନ୍ତରାୟ ସ୍ଵାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଡ. ଉମେଶଚନ୍ଦ୍ର ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.