ମୋ ସ୍କୁଲ ଅଭିଯାନ ସମାବେଶ ପାଇଁ ପ୍ରସ୍ତୁତି : କୁସଙ୍ଗ ହାଇସ୍କୁଲ ନୂତନ ଗୃହ ଉଦ୍‌ଘାଟିତ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବ ପୁରାତନ ସ୍କୁଲ ପୂର୍ବତନ ଛାତ୍ର, ଶିକ୍ଷକ ସାମିଲ ହେବେ । କୁସଙ୍ଗ ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ କମିଟିର ସଭାପତି ବଂଶିଧର ସାଏ ଅଧ୍ୟକ୍ଷତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୋଳାନାଥ ପର୍ଡିଆ ମଂଚାସୀନ ଥିଲେ । ପ୍ରଧାନ ଶିକ୍ଷକ ସଭାରେ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସଭାପତି ଶ୍ରୀ ସାଏ ‘ମୋ ସ୍କୁଲ ଅଭିଯାନ’ ଆନୁକୁଲ୍ୟରେ ନିର୍ମିତ ନୂତନ ଶ୍ରେଣୀ କୋଠରୀର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାର ସୂଚନା ଦେଇଥିଲେ ଏବଂ ସର୍ବ ସମ୍ମତି କ୍ରମେ ଆସନ୍ତା ତା.୨୬.୦୬.୨୦୨୪ ଅପରାହ୍ନ ୩ଟା ସମୟରେ ଉକ୍ତ ଶ୍ରେଣୀ କୋଠରୀର ଉଦ୍‌ଘାଟନ କରାଯିବା ପାଇଁ ସ୍ଥିର ହେଲା । ଏହି ଅବସରରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଉପଦେଷ୍ଟାମାନେ ବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ଆହୁରି ବିକଶିତ କରିବା ପାଇଁ ସୁନିଶ୍ଚିତ ମତାମତ ଦେଇଥିଲେ । ଉପଦେଷ୍ଟାମାନଙ୍କ ମଧ୍ୟରେ ଆଦିକନ୍ଦ ସାହୁ, ମୁରଲିଧର ପଟେଲ, ପୁରାତନ ଛାତ୍ର ଡା. ରୁଦ୍ର ନାରାୟଣ ପଟେଲ, ନିଳାଂଚଳ ଚିରଗୁନ, ଦୁତିଆ ଦେହେରୀ, ବୃନ୍ଦାବନ ପଟେଲ, ଉଦ୍ଧବ ସା, ଘନଶ୍ୟାମ ଭୋଇ, ପ୍ରେମାନନ୍ଦ ପଟେଲ, ଆନନ୍ଦ ପଟେଲ, ଭାବଗ୍ରାହୀ ସାହୁ, ରତନଲାଲ ପୃଷ୍ଟି, ବିଶ୍ୱଜିତ ପଟେଲ, କେୟମ ଖାନ, ରାହାସ ବିହାରୀ ପଟେଲ, କରୁଣାକର ପଟେଲ, ବିରେନ୍ଦ୍ର ପୁଟେଲ, ଦେବାନନ୍ଦ ପୃଷ୍ଟି ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.