ଟିଟିଲାଗଡ଼ ଆଇ ଲଭ୍‌ ଟିଟିଲାଗଡ଼ ପାର୍କ ନିକଟ ମହାରାଜ ସାଗର ଭିତରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ସକାଳୁ ଆଇ ଲଭ୍‌ ଟିଟିଲାଗଡ଼ ପାର୍କକୁ ପ୍ରାତଃ ଭ୍ରମଣରେ ବୁଲିବାକୁ ଆସିଥିବା କିଛି ଲୋକେ ମହାରାଜ ସାଗର ଭିତରେ କୌଣସି ବ୍ୟକ୍ତି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ଖବର ପ୍ରଚାରିତ ହେବା ପରେ ଧିରେ ଧିରେ ଲୋକଙ୍କ ଭିଡ ଜମିଥିଲା । ସ୍ଥାନୀୟ ପୋଲିସ ଖବର ପାଇ ଏସ୍‌ଆଇ କିରନ୍ କୁମାର ଜାନି ଓ ପୋଲିସ ଫୋର୍ସ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ପାଣି ଭିତରୁ ସେହି ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ତେବେ ସେହି ବ୍ୟକ୍ତି ଜଣକ କିଏ ? କେବେଠୁ ପାଣିରେ ବୁଡି ତାଙ୍କ ମୃତ୍ୟୁ ହୋଇଛି ? ସେ କେଉଁ ଅଞ୍ଚଳର ? ତାଙ୍କର ମୃତ୍ୟୁ କିପରି ହେଲା ନା ତାଙ୍କୁ କିଏ ମାରି ଫିଙ୍ଗି ଦେଇଛି ? ନାନାଦି ଚର୍ଚ୍ଚା ଲୋକ ଏବେ କରୁଛନ୍ତି । ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଛି । ତଦନ୍ତରୁ ଜଣାପଡ଼ିବ ଯେ, ଘଟଣା କଣ ? ସେହି ବ୍ୟକ୍ତିଙ୍କ ମୁତ୍ୟୁ କିପରି ହୋଇଛି ? ବ୍ୟକ୍ତି ଜଣକ ଦେହରେ ଫୁଲ ପ୍ୟାଣ୍ଟ୍, ଟି ସାର୍ଟ ଓ ଚପଲ ମଧ୍ୟ ରହିଛି, ସେଥିପାଇଁ ଏହା ହତ୍ୟା ନା ମଦ ପିଇ ବୁଡ଼ି ମୃତ୍ୟୁ ହୋଇଛି ବୋଲି ଲୋକେ ଆଲୋଚନା କରୁଛନ୍ତି ।

Leave A Reply

Your email address will not be published.