୪ କୁଇଣ୍ଟାଲ୍‌ର କାଉ ଥଣ୍ଟିଆ ମାଛ ଉଦ୍ଧାର

ଜଗତସିଂହପୁର : ପାରାଦୀପ ଅଞ୍ଚଳରୁ ଶନିବାର ଏକ ବିରଳ ପ୍ରଜାତିର ମାଛ ଧରାପଡ଼ିଛି । ଏହାର ନାମ ‘କାଉ ଥଣ୍ଟିଆ ମାଛ’ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ମାଛର ମୁହଁଟି ଲମ୍ବା । ଓଜନ ପ୍ରାୟ ୪ କୁଇଣ୍ଟାଲ ହେବ । ଆଖିର ରଙ୍ଗ ଅନ୍ୟ ମାଛଙ୍କଠାରୁ ଭିନ୍ନ, ପୂରା ସବୁଜ । ଏଇ ମାଛ କିଲୋ ପ୍ରତି ମୂଲ୍ୟ ୨ଶହ ହୋଇଥିବା ବେଳେ ଏହାର ଔଷଧୀୟ ଗୁଣ ଥିବାରୁ ବିଦେଶକୁ ଚାଲାଣ କରାଯିବା ଲାଗି ଏଠାରେ ମହଜୁଦ ରଖାଯାଇଛି । ସମୁଦ୍ରରେ ମାଛ ମାରିବା ବେଳେ ଏଇ ମାଛଟି ଜାଲରେ ଲାଗିଥିଲା । ଏହାକୁ ଦେଖିବା ଲାଗି ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା ।

Leave A Reply

Your email address will not be published.