ପଦ୍ମପୁର ବିଜ୍ଞାପିତ ଅଞ୍ଚଳରେ ଏକ ନୂତନ ଟିକସ ଆଦାୟକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳରେ ଏକ ନୂତନ ଟିକସ ଆଦାୟକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି, ପଦ୍ମପୁର ଏନ.ଏ.ସି ତରଫରୁ ମଇଳା ସଂଗ୍ରହ ପାଇଁ ରକ୍ଷଣ ବେକ୍ଷଣ ପାଇଁ ପ୍ରତି ଘର ପିଛା ୩୦ ଟଙ୍କା ଲେଖା ଆଦାୟ କରା ଯାଉଛି, ଏଥିପାଇଁ ବ୍ୟାଟେରୀ ଚାଲିତ ୫ ଖଣ୍ଡ ମଇଳା ଫିଙ୍ଗା ଗାଡି ନିୟୋଜିତ କରାଯାଇଛି, କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଉକ୍ତ ଗାଡି ମାନ ଅତି ନ୍ୟୁମ୍ନ ମାନର ହୋଇଥିବାରୁ ପ୍ରାୟ ସମୟ ଏହା ଖରାପ ହୋଇ ପଡ଼ିରହିଛି । ଏହି କାରଣରୁ ଗାଡି ଗୁଡାକ ସପ୍ତାହକ ୨ ରୁ ୩ ଦିନ ମଇଳା ସଂଗ୍ରହ ପାଇଁ ଯାଉଥିବା ବେଳେ ବାକି ଦିନ ମାନଙ୍କରେ ଜନସାଧାରଣ ବହୁ ଅସୁବିଧା ଭୋଗ କରୁଛନ୍ତି । ପଦ୍ମପୁର ଅଞ୍ଚଳରେ ପ୍ରାୟ ୩୨୦୦ ଘର ରହିଥିବା ବେଳେ ଘର ପ୍ରତି ୩୦ ଟଙ୍କା ଆଦାୟ କରାଗଲେ ଏହାର ଆକଳନ ମାସକୁ ଲକ୍ଷ୍ୟାଧିକ ଟଙ୍କା ଲୋକଙ୍କ ଠାରୁ ଆଦାୟ ହେଉଛି । ହେଲେ ଏହାର କୌଣସି ସୁଫଳ ସହରବାସୀ ପାଇ ପାରୁନଥିବା ଅଭିଯୋଗ ହେଉଛି, ସହରରୁ ସଂଗୃହିତ ମଇଳାରୁ ରିସାଇକ୍ଲିନି ଜରିଆରେ କମ୍ପୋଷ୍ଟ ତିଆରି ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ୩ ଗୋଟି ପ୍ଲାଣ୍ଟ ବସା ଯାଇଛି କିନ୍ତୁ ତାହା ମଧ୍ୟବିଭାଗୀୟ ଅଧୀକାରୀଙ୍କ ଖାମ୍‌ଖିଆଲୀ ମନୋଭାବ ଯୋଗୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ଏ ନେଇ ପଦ୍ମପୁର କାର୍ଯ୍ୟ ନିର୍ବାହୀ ଅଧିକାରୀକୁ ପଚାରିବାରୁ ସେ ଏହି ଟ୍ୟାକ୍ସ ସମ୍ବନ୍ଧୀୟ ସମସ୍ତ ବିବରଣୀକୁ ଡାକବାଦୀ ଯନ୍ତ୍ରଦ୍ୱାରା ସହର ଅଞ୍ଚଳ ବାସୀଙ୍କୁ ଅବଗତ କରାଇବୁ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.