ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ୧୫-୧୮ ବର୍ଷ ବୟସ କିଶୋରମାନଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏଥିପାଇଁ ଜାନୁଆରୀ ୧ ତାରିଖରୁ ଅନ୍ଲାଇନ୍ ପଞ୍ଜୀକରଣ ଚାଲିଛି । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ସୋମବାର ୨୩୬ ଜଣଙ୍କୁ ଓ ମଙ୍ଗଳବାର ୨୫୯ ଜଣକୁ କୋଭିଡ୍ ଟୀକା ଦିଆଯାଇଛି । ଯେଉଁମାନେ ଅନଲାଇନ୍ରେ ପଞ୍ଜିକରଣ କରିନାହାନ୍ତି, ସେମାନେ ଅଫ୍ଲାଇନ୍ରେ ପଞ୍ଜିକରଣ କରି କୋଭିଡ୍ ଟୀକା ନେଇପାରିବେ ବୋଲି ବିପିଏମ୍ ଦିଲ୍ଲୀପ କୁମାର ପରିଡ଼ା ସୂଚନା ଦେଇଛନ୍ତି ।
Prev Post