oum

ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ : ଚାପି ଆସୁଛେ କରୋନା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ, ଚାପି ଆସୁଛେ କରୋନା । ଆମେ କାହାକେ ଡରାବାର୍‌ ଲାଗି ଏନ୍‌ତା ନେଇଁ କହେବାର୍‌, ସମ୍‌କର୍‌ ଜୀବନ୍‌ ସୁରକ୍ଷିତ୍‌ ରହୁ ବଲି ଏନ୍‌ତା କଥା ଟେ କହୁଛୁଁ । ଆଏଜ୍‌ ଗୁଟେ ଦିନେ ଦେଶ ଥି ୩ ଲାଖ୍‌ ୩୨ ହଜାର୍‌ ନୁ ଅଧ୍‌କା ନୂଆଁ କରୋନା ବେମାରୀ ବାହାରିଛନ୍‌ । ହେନ୍‌ତା ଆମର୍‌ ରାଏଜ୍‌ ଥି ଆଏଜ୍‌ ୬ ହଜାର୍‌ ୨ ଶହ ନୁ ଅଧ୍‌କା ସଂକ୍ରମିତ୍‌ ଚିହ୍ନଟ୍‌ ହେଇଛନ୍‌ । ତାହିଁର୍‌ ଭିତ୍‌ରେ ବଲାଙ୍ଗିର୍‌ ଜିଲ୍ଲା ଥି ଆଏଜ୍‌ ୨୧୧ ଝନ୍‌ ରହିଛନ୍‌ । ଇ’ ଥିତି କେ ଦେଖ୍‌ଲେ୍‌ କରୋନା କେନ୍‌ତା ଚାପି ଆସୁଛେ ଯେ ସେଟା ଡଗୋ ଡଗୋ ଦେଖିହେବା ।

ବଲାଙ୍ଗିର ଜିଲ୍ଲାବାସୀ କେ ବିନ୍‌ତି, ନିହାତି ଦର୍‌କାର୍‌ ନେଇଁ ପଡ଼୍‌ଲେ ଘରୁ ନେଇଁ ବାହାରୁନ୍‌ । ଘରୁ ବାହାର୍‌ଲେ ମୁହେଁ ମାସ୍କ ପିନ୍ଧୁନ୍‌, ଘଡେ଼କେ ଛନେକେ ହାତ୍‌ ଧୁଉନ୍‌, ଭିଡ୍‌ଭାଡ଼୍‌ ଠାନ୍‌ କେ ନେଇଁ ଯଉନ୍‌, ସାନିଟାଇଜର୍‌ ବେଭାର୍‌ କରୁନ୍‌ ଆର୍‌ ସରକାରୀ କରୋନା ଗାଇଡ୍‌ ଲାଇନ୍‌ କେ ମାନି କରି ଚଲୁନ୍‌ । ଜାନି ଥଉନ୍‌, ସବୁଠାନୁ ମୂଲ୍ୟବାନ୍‌ ହଉଛେ ଜୀବନ୍‌ । କୁହାଯାଏସି ପରେ, ଜୀବନ୍‌ ଥିଲେ ଜୀବ୍‌କା ଅଛେ । ଘଡେ଼ ଥିର୍‌ ଥମିଲ୍‌ ହେଇ ଭାବି ଦେଖୁନ୍‌ । ଥାବେ ରହୁନ୍‌, ସୁରକ୍ଷିତ୍‌ ରହୁନ୍‌ ।

Leave A Reply

Your email address will not be published.