ଟିଟିଲାଗଡରେ କରୋନା ଟୀକାକରଣ ଆରମ୍ଭ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ଼ ସରକାରୀ ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଚକ୍ଷୁ ଚିକତ୍ସାଳୟ ପରିସରରେ ମହାମାରୀ କରୋନାର ଟୀକାକରଣ ଆରମ୍ଭ ହୋଇଛି । ଟିଟିଲାଗଡ଼ ସହରରେ ଆରମ୍ଭ ହୋଇଥିବା ପ୍ରଥମ ପର୍ୟ୍ୟାୟରେ ୧୦୦ ଜଣଙ୍କୁ କୋଭିସିଲ୍‌ଡ୍‌ ଟୀକା ଦିଆଯିବା ନେଇ ଟିଟିଲାଗଡ଼ ଉପଖଂଡ ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ତେବେ ଆଜି ମିତା ବେହେରା ପ୍ରଥମ ଟୀକା ନେଇ ଥିବା ବେଳେ ଡାକ୍ତର କୃଷ୍ଣ ଚନ୍ଦ୍ର ପାଲ, ଡାକ୍ତର ଓଁକାର ହୋତା ସହ ଡାକ୍ତରଖାନାର କ୍ଲିନିକାଲ୍‌ ଷ୍ଟାଫ, ମେଡିକାଲ ଷ୍ଟାଫ ଆଦି କରୋନା ଯୋଦ୍ଧା ଏହି ଟୀକା ନେଇଛନ୍ତି । ଟୀକା ନେବା ପରେ କୌଣସି ପ୍ରକାର ଅସ୍ୱାସ୍ଥ୍ୟକର ଅନୁଭବ କରୁନଥିବା କହିଛନ୍ତି । ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଆନୁଷ୍ଠାନିକ ଭାବରେ ଏହି ଟୀକା କେନ୍ଦ୍ରକୁ ଶୁଭାରମ୍ଭ କରିଥିଲେ ।

Leave A Reply

Your email address will not be published.