ଗୋଦାମ୍‌ରୁ ତାର ଚୋରି କରି ଟାଉନ ପୋଲିସ ହାତରେ ଧରାପଡିଲେ ଦୁଇ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାର ଗୋଦାମ୍‌ରୁ ତାର ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଟାଉନ ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇ ଜଣ ହେଲେ ପୁଇଁନ୍ତଲା ଥାନା ଅନ୍ତର୍ଗତ ଦଶପୁର ଗାଁର ଅଭିଷେକ କୁମ୍ଭାର (୨୨) ଓ ଶାନ୍ତନୁ ମହାନନ୍ଦ (୩୧) । ସୂଚନା ଅନୁସାରେ ଗତ କିଛି ଦିନ ତଳେ ବଲାଙ୍ଗିର ସହର ସ୍ଥିତ ହିରୋ ସୋ ରୁମ୍ ନିକଟରେ ଥିବା ଏକ ତାର ଗୋଦାମ୍‌ରୁ ତାର ଚୋରି ହୋଇଥିବା ନେଇ ନିଜେ ଗୋଦାମ୍ ମାଲିକ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଟାଉନ ପୋଲିସ ଏକ ମାମଲା ରୁଜୁ କରିବା ସହ ତନାଘନା ତଦନ୍ତ ଆରମ୍ଭ କରି ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ମଧ୍ୟରୁ ସୁଦପଡା କ୍ଲବ ଛକରେ ଅଭିଷେକଙ୍କୁ ଓ ଶାନ୍ତିପଡାଠାରେ ଶାନ୍ତନୁଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା । କବୁ କରି ଅଭିଷେକ ଓ ଶାନ୍ତନୁଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.