pr

ବୁକୁରାମୁଣ୍ଡା ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ଉଦଯାପିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତ୍ରିଦିବସୀୟ ପରିଚାଳନା କମିଟିର ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି, ଶିଶୁ ଶିକ୍ଷା ଅଧିକାର, ଗୋଷ୍ଠୀ ସମ୍ପୃକ୍ତି ସହ ବିଦ୍ୟାଳୟ ଉନ୍ନତିକରଣ ଏହି ତାଲିମ ଶିବିରର ମୁଖ୍ୟ ଉଦେଶ୍ୟ । ତାଲିମର ପ୍ରଥମ ଦିବସରେ ଷ୍ଟାଣ୍ଡିଙ୍ଗ କମିଟିର ସଭାପତି ତଥା ସରପଞ୍ଚ ଅଭିମନ୍ୟୁ ବରିହା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶିବିରର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଶିକ୍ଷକ ଅଜିତ ବାରିକ ଯୋଗଦାନ କରି ବିଦ୍ୟାଳୟ ଉନ୍ନତିରେ କମିଟିର ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇ ଥିଲେ । ଦ୍ଵିତୀୟ ଦିବସ ତାଲିମରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ମରିଅମ କୁଲୁ, ସତ୍ୟଭୂଷଣ ସାହୁ ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ, ଶ୍ରୀମତୀ କବିତାଞ୍ଜଳି ଦାସ ମହିଳା ସ୍ୱାସ୍ଥ୍ୟକର୍ମୀ ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର, ତୋଫାନ ଚରଣ ମହନ୍ତ କୁଷ୍ଠ ବ୍ୟାଧି ନିରୂପଣ କର୍ମଚାରୀ ଗଣ ଯୋଗଦାନ କରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ । ହାତଧୁଆ, କୁଷ୍ଠ ବ୍ୟାଧି, ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ବିଜୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, କୃମିନାଶକ, ଲୌହ ବଟିକା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ସିଆର୍‌ସିସି ନାରାୟଣ ମେହେର, ସମ୍ମାନିତ ଅତିଥି ଭାବେ ସ୍ୱର୍ଗ ବାରିକ, ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ଓ ସମାଜସେବୀ ଦୀପା ବାରିକ ଯୋଗଦାନ କରି ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅଭିଭାବକ ଗଣ ସଚେତନ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସହଯୋଗ କରିବା ସହ ଶିଶୁ ଅଧିକାର, କନ୍ୟା ରତ୍ନକୁ ହେଳା ନକରି ପାଠ ପଢାଇବା ପାଇଁ ତିଳେ ବି କୁଣ୍ଠାବୋଧ କରିବ ନାହିଁ ବୋଲି ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଆଜିର ଦିବସରେ ସମାଜସେବୀ ଦୀପା ବାରିକ ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସହଯୋଗର ହାତ ବଢ଼ାଇ ଉନ୍ନତି କରିବାରେ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏପରିକି ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଅନେକ ସହାୟତା ଯଥା ଆର୍ଥିକ, ଶାରୀରିକ ଓ ସାମଗ୍ରୀକ ସହଯୋଗ କରିପାରିବେ ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟ ତରଫରୁ ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ଓ ସମାଜେସେବୀ ଦୀପା ବାରିକଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ତିନି ଦିନିଆ ତାଲିମ ଶିବିରକୁ ସାଧନ କର୍ମୀ ଭାବେ ନିରାକାର ପ୍ରଧାନ ଓ କୃଷ୍ଣଚନ୍ଦ୍ର ସାହୁ ପରିଚାଳନା କରିଥିଲେ । ପ୍ରତ୍ୟେକ ଦିବସ କାର୍ଯ୍ୟକ୍ରମରେ ବୁକୁରାମୁଣ୍ଡା ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ ପ୍ରଧାନ ସେବକ ପ୍ରଦୀପ କୁମାର ମହାନ୍ତି ସହଯୋଗ କରିଥିବା ବେଳେ ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାକାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଲିମ ଶିବିରଟି ସଫଳ ରୂପେ ଉଦ୍‌ଯାପିତ ହୋଇଯାଇଛି ।

nrusinghnath
Leave A Reply

Your email address will not be published.