ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାରେ କୃଷି ସମ୍ପ୍ରଦାୟ ପାଇଁ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ତରଫରୁ ଧାନର ପୋଷକ ଲତ୍ୱ ଦକ୍ଷତା ବୃଦ୍ଧି ପାଇଁ ଏକ ତାଲିମ ଶିବିର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଲ୍ଲୀ ଅମା ଗ୍ରାମରେ ଇ ଚାଷୀ ପ୍ରକଳ୍ପ ଅଧୀନରେ ମୁଖ୍ୟ ଅନୁସନ୍ଧାନ କରି ଡ଼ଃ ଅମରେଶ କୁମାର ନାୟକ ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନର କୃଷି ବୈଜ୍ଞନିକ ଡ଼ଃ ଉପେନ୍ଦ୍ର କୁମାର ଓ ଡ଼ଃ ପ୍ରକାଶ କୁମାର ଜେନା ଯୋଗ ଦେଇଥିଲ ରାଜ କୁମାର ବସ୍ତିଆଙ୍କ ସଭାପତିତ୍ୱରେ ଓ ପାଣି ପଂଚାୟତର ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫୦ଜଣ ଚାଷୀ ଭାଗ ନେଇ କୃଷି ଓ କୃଷକଙ୍କ ବିଷୟରେ ଆଲୋଚନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଚାଷୀ ନେତା ସୁଦର୍ଶନ ନାହାକ, ସୁରେଶ ଚନ୍ଦ୍ର ନାହାକ, ଦିବାକର ନାହାକ, ମହେଶ୍ୱର ନାହାକ, ଭଗବାନ ନାହାକ ପ୍ରମୁଖ ବହୁ ଚାଷୀ ନେତା ଉପସ୍ଥିତ ଥିଲେ
Next Post