୨୦୧୯-୨୦ବର୍ଷର ଫସଲବୀମା ଦାବୀ କରି ତୁରେକେଲା ବ୍ଲକର ୯ଟି ପଂଚାୟତର ଚାଷୀ ମିଳିତ ଭାବେ ତହସିଲଦାରଙ୍କୁ ଦେଲେ ଦାବୀପତ୍ର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ୯ଟି ପଂଚାୟତର ଚାଷୀମାନେ ଗତ ୨୦୧୯-୨୦ବର୍ଷର ଫସଲ ବୀମା ରାଶି ପାଇବା ଦାବୀ ନେଇ ଆଜି ସ୍ଥାନୀୟ ତହସିଲଦାର ଅଶୋକ ମାଝୀଙ୍କୁ ଏକ ଦାବୀପତ୍ର ଦେଇଛନ୍ତି । ଦାବୀପତ୍ର ଅନୁସାରେ ଗତ ୨୦୧୯-୨୦ବର୍ଷରେ ବ୍ଲକର କରୁଆଁମୁଣ୍ଡା, ଧାମନଡଙ୍ଗା, ହିଆଁଲ, କମେଇମୁଣ୍ଡା, ମହଖଣ୍ଡ, ବଡବାଙ୍କି, ବଡଡକଲା, ଢୋଲମାନ୍ଦଲ, ହଲନଭଟା ଗ୍ରାମ ପଂଚାୟତର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବିଭିନ୍ନ ଫସଲ ବୀମା କରିଥିଲେ । କିନ୍ତୁ ସଂପୃକ୍ତ ଫସଲ ବୀମା କର୍ମଚାରୀଙ୍କ ଆକଳନ ତ୍ରୁଟି ଯୋଗୁଁ ଚାଷୀମାନେ ତାଙ୍କ ଫସଲ ବୀମା ପାଇ ନାହାନ୍ତି ।

କିନ୍ତୁ ବ୍ଲକରେ ଅନ୍ୟ କେତେକ ପଂଚାୟତର ଚାଷୀମାନେ ଫସଲବୀମା ପାଇ ସାରିଥିବା ବେଳେ ୯ଟି ପଂଚାୟତର ଚାଷୀମାନେ ତାଙ୍କ ବୀମା ରାଶିରୁ ବଂଚିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ବିଜେପି ଜିଲ୍ଲା ଉପସଭାପତି ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଚାଷୀମାନଙ୍କ ସ୍ୱାକ୍ଷର ଥିବା ଏକ ଦାବୀପତ୍ର ଦେଇଛନ୍ତି । ଏହାର ଉଚିତ ଅନୁସଂଧାନ କରି ଚାଷୀଙ୍କୁ ତାଙ୍କ ହକ୍‌ ମିଳିବା ଉପରେ ପଦକ୍ଷେପ ନେବା ପାଇଁ ସରକାରୀ ସ୍ତରରେ ଜଣାଇବେ ବୋଲି ତହସିଲଦାର ମାଝି ଚାଷୀମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.