ଅଣ କୋଭିଡ୍ ରୋଗୀମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ କୋଭିଡ୍ ଡାକ୍ତରଖାନାରେ ପରିଣତ କରିବା ପରେ ଅଣ କୋଭିଡ୍ ରୋଗୀମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଭୀମସାର୍ ରେ ମଧ୍ୟ ଚିକିତ୍ସା ଉପଲବ୍ଧ ହେଉନାହିଁ। ଏ ବିଷୟରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବିଜେପି ଜିଲ୍ଲା ସଭାପତି ଗୀରିଶ ପଟେଲ ଜିଲ୍ଲାପାଳଙ୍କ ସହ ଦୁଇ ଥର ଆଲୋଚନା ଓ ଦାବୀପତ୍ର ପ୍ରଦାନ କରିଥିଲେ। ତଥାପି କୌଣସି ସମାଧାନ ନ ହେବାରୁ ଉତ୍ତରାଞଚଳ ରାଜସ୍ଵ କମିଶନରଙ୍କ ଜରିଆରେ ପ୍ରଧାମନ୍ତ୍ରୀଙ୍କର ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.