କମିଲା ସ୍କୁଲ ସିଲାବସ୍

ଭୁବନେଶ୍ଵର, (ଆକାଶ ମିଶ୍ର) : କରୋନା ମହାମାରୀ ଚାଲିଥିବାବେଳେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାକୁ ନେଇ ଅନେକ ଦ୍ୱନ୍ଦ ଦେଖିବାକୁ ମିଳୁଥିଲା । ତେବେ ବର୍ତ୍ତମାନ ଏହାର ସମାଧାନ ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସିଲାବସ୍ କୁ ୩୦ ପ୍ରତିଶତ
ହ୍ରାସ କରାଯାଇଛି ।
ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ପୂର୍ବରୁ ଏକ୍ସପର୍ଟ କମିଟି ଗଠନ କରାଯାଇଥିଲା । ବିଭାଗ କମିଟି ରିପୋର୍ଟ ଆଧାରରେ କମାଯାଇଛି ସିଲାବସ୍ । ସଂଶୋଧିତ ସିଲାବସ୍ ଓ SCERT, BSE CHSE ଓ୍ୱେବସାଇଟରେ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

Leave A Reply

Your email address will not be published.