ସତ୍ୟସାଇ ସେବା ସଂଗଠନ ତରଫରୁ ସ୍ୱଚ୍ଛତାରୁ ଦିବ୍ୟତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ସତ୍ୟସାଇ ସେବା ସଂଗଠନ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଲୋକଙ୍କ ସେବା କରିବା ପାଇଁ ସୁପରିଚିତ ସ୍ୱଚ୍ଛତାରୁ ହିଁ ଦିବ୍ୟତ୍ୱ ପ୍ରାପ୍ତି ସମ୍ଭବ ଏହି ଉକ୍ତିକୁ ପାଥେୟ କରି ବିଭିନ୍ନ ସମୟରେ ଉକ୍ତ ସଂଗଠନ ସ୍ଵଚ୍ଛତା ଉପରେ କାର୍ଯ୍ୟକ୍ରମ କରିଥାନ୍ତି । ଶ୍ରୀ ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶା ପଦ୍ମପୁର ସମିତି ଅନ୍ତର୍ଗତ ପଦ୍ମପୁର, ପାଇକମାଲ, ମାଣ୍ଡୋସିଲ, ଛିନ୍ଦେଇକେଲା, ଡାଙ୍ଗବାହାଲ ଭଜନ ମଣ୍ତଳୀ ସାଇ ଆଶ୍ରିତ ଭାଇ ଭଉଣୀ ମାନଙ୍କ ଦ୍ବାରା ପଶ୍ଚିମ ଓଡିଶା ପବିତ୍ର ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଏକ ସ୍ବଚ୍ଛତାରୁ ଦିବ୍ୟତ୍ବ କାର୍ଯ୍ୟକ୍ରମ କରାଯାଇଥିଲା । ନୃସିଂହନାଥ ପୀଠର ଚାଳଧାରା ଠାରୁ ମନ୍ଦିର ପ୍ରାଙ୍ଗଣ ଏବଂ ମୁଖ୍ୟ ରାସ୍ତାରେ ଆୟୁର୍ବେଦ କଲେଜ ପର୍ଯ୍ୟନ୍ତ ଦୁଇ ଜଣ ଭାଇ ଭଉଣୀ ମିଶି ସଫେଇ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ କରିଥିଲେ । ପାଇକମାଲ ଭଜନ ମଣ୍ତଳୀ ଓ ଶ୍ରୀ ନୃସିଂହନାଥ ଟ୍ରଷ୍ଟି ତରଫରୁ ଟ୍ରାକ୍ଟର ଲଗାଇ ଅଳିଆ ଗଦା ହୋଇଥିବା ଆବର୍ଜନାକୁ ମନ୍ଦିର ଅଞ୍ଚଳ ବାହାର ନେଇ ପକାଇବାରେ ସହଯୋଗ କରିଥିଲେ । ସ୍ୱଚ୍ଛତାରୁ ଦିବ୍ୟତ୍ୱ କାର୍ଯ୍ୟକ୍ରମରେ ପଦ୍ମପୁର ସମିତି ଆବାହକ ପବିତ୍ର ରଥ, ଡାଙ୍ଗବାହାଲରୁ ସୁଶ୍ରୀ ଭାରତୀ ପାଢୀ, ପାଇକମାଲରୁ ଲକ୍ଷ୍ମଣ ସାହୁ, ଗୋବର୍ଦ୍ଧନ ଅଗ୍ରୱାଲ, ସତ୍ୟନାରାୟଣ ବେହେରା, ନନ୍ଦକିଶୋର ଶ୍ରୀବାସ୍ତବ, ଡା ଲମ୍ବୋଦର ପଣ୍ତା, ସରୋଜ ସାମଲ, ମାଣ୍ଡୋସିଲରୁ ଶରତ ହଂସ, ଯୋଗିନ୍ଦ୍ର ଡନସନା, ଅରୁଣା ସାହୁ, ଛିନ୍ଦେଇକେଲାରୁ ପତିତପାବନ ସାହୁ, ସନ୍ତୋଷ ପାଢୀ, ହେମ ସାଗର ସାହୁ, ନୀରଞ୍ଜନ ସାହୁ, ଝାରବନ୍ଧରୁ ଯଜ୍ଞସେନୀ ରାଉତ, ଅର୍ଚନା ରାଉତ, ତାଙ୍କ ନିଜ ନିଜ ଶ୍ରୀ ଶ୍ରୀ ସତ୍ୟସାଇ ଭଜନ ମଣ୍ତଳୀରୁ ବହୁ ସଂଖ୍ୟାରେ ଭକ୍ତ ମାନଙ୍କୁ ଆଣି ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.