
ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଉପସ୍ଥିତ ରହି ମୋଟ ୫୮ ଟି ଅଭିଯୋଗର ଶୁଣାଣି କରିଥିଲେ । ସେଥିମଧ୍ୟରେ ୨୪ ଟି ବ୍ୟକ୍ତିଗତ ଓ ୩୪ ଟି ସାମୁହିକ ଅଭିଯୋଗ ରହିଥିବା ବେଳେ ୭ ଟି ଅଭିଯୋଗର ସମାଧାନ ଶୁଣାଣି ସ୍ଥଳରେ ହିଁ ହୋଇଥିଲା । ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ,ଡ୍ରେନ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ବ୍ରିଜ ନିର୍ମାଣ, ଆବାସ ସମସ୍ୟା, ରାସନ୍ ସମସ୍ୟା, ଜମିଜମା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା । ଏଥିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଡିଏଫଓ ଯଶୋବନ୍ତ ସେଠୀ, ପାନପୋଷ ଉପ ଜିଲ୍ଲାପାଳ ବିଜୟ କୁମାର ନାୟକ, ଆଇ ଏ ଏସ ଶିକ୍ଷାନବିଶ ଫାବୀ ରସିଦ ଓ ଲାଠିକଟା ବିଡିଓ ମାନସ ସାହୁ ଓ ବ୍ଲକ ଅଧ୍ୟକ୍ଷ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।