ସ୍ଥଗିତ ରହିଲା ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍‌ଅପ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍‌ଅପ୍‌ ବିଜ୍ଞପ୍ତିିକୁ ସ୍ଥଗିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଜଂନ ଦାଶ । ମାଧ୍ୟମିକ ଶିକ୍ଷା ପରିଷଦ ଆସନ୍ତା ୯ ତାରିଖରୁ ମାଟ୍ରିକ ଫର୍ମ ଫିଲ୍‌ଅପ୍‌ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା । ମାଧ୍ୟମିକ ପରିଷଦର ଏହି ବିଜ୍ଞପ୍ତି ଚାରିଅଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିଶ୍ୱ ମହାମାରୀ କରୋନା ସମୟରେ ସବୁଆଡେ ପାଠପଢା ଠପ୍‌ ହୋଇ ରହିଛି ଓ ଛାତ୍ରଛାତ୍ରୀ କିପରି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଥିଲା ଓଷ୍ଟା । ଚାରିଦିଗର ସମାଲୋଚନାକୁ ଆଖିଆଗରେ ରଖି ରାଜ୍ୟ ସରକାର ପକ୍ଷରୁ ଶେଷେରେ ମାଟ୍ରିକ ଫର୍ମ ଫିଲ୍‌ଅପ୍‌ ସ୍ଥଗିତ ରଖାଯାଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.