pr

ଆଦିବାସୀ ନେତା ବ୍ରଜ କିଶୋର ସିଂଭୋଇଙ୍କ ବିୟୋଗରେ ଶୋକସଭା

dr. purohit

କଂଟାବାଂଜି, (ମନିଶ କୁମାର ହଂସ) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ବ୍ରଜ କିଶୋର ସିଂଭୋଇଙ୍କ ବିୟୋଗରେ ଶୁକ୍ରବାର ଦିନ ତୁରେକେଲା ଆଦିବାସୀ କଲ୍ୟାଣ ସଂଘଦ୍ୱାରା ଶୋକସଭା ପାଳନ କରାଯାଇଛି । ତୁରେକେଲା ଶାଖା ସଭାପତି ଚୌବନ କିଶୋର ମାଝିଙ୍କ ଦ୍ୱାରା ଆହୁତ ଶୋକସଭାରେ ତୁରେକେଲା ଅଂଚଳର କିସ୍‌ରେ ଅଧ୍ୟୟନରତ ଛାତ୍ରୀଛାତ୍ର, ଅଭିଭାବକ ଉପସ୍ଥିତ ରହି ସ୍ୱର୍ଗତ ସିଂଭୋଇଙ୍କ ଅମର ଆତ୍ମର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ଶୋକସଭାରେ ସ୍ୱର୍ଗତ ସିଂଭୋଇଙ୍କ ସମାଜ ପ୍ରତି ତାଙ୍କର ଅବଦାନ, ଆଦିବାସୀ ଝିଅପୁଅଙ୍କ ଉଚ୍ଚ ଶିକ୍ଷା, ମଦମୁକ୍ତି ଆନ୍ଦୋଳନ, ଜମି ଜଳ ଜଂଗଲ, ଭାଷା, ଧର୍ମ ସଂସ୍କୃତିର ସୁରକ୍ଷା, ସାମାଜି ଅଧିକାର, ଅର୍ଥନୈତିକ ବିକାଶ, ରାଜନୈତିକ ବିକାଶରେ ତାଙ୍କ ଅବଦାନ ଉପରେ ବିଶଦ ସ୍ମୃତିଚାରଣ କରିଥିଲେ । ଓଡିଶା ଆଦିବାସୀ ସମାଜର ଦିଗ ଦର୍ଶକ, ନିର୍ଭିକ, ନିରପେକ୍ଷ, ଅଦ୍ୱିତୀୟ କ୍ରାନ୍ତିକାରୀ ପ୍ରସିଦ୍ଧ ବିପ୍ଲବୀ ନେତା ଥିଲେ ବୋଲି ସଂପାଦକ ନରୋତମ ମାଝି କହିଥିଲେ । ଦୁର୍ଗମ ଅଂଚଳର ଆଦିବାସୀ ଅଧ୍ୟୁସିତ ଗାଁମାନଙ୍କୁ ସଡକ, ବିଜୁଳି,ପାନୀୟ ଜଳ ଯୋଗାଣ, ବଲାଙ୍ଗିର ବାଏ ପାସ, ଲୋୟର ସୁୁକତେଲ ନଦିବନ୍ଧ ଯୋଜନା କୃଷକ ସମସ୍ୟା, କୋଶଲ ରାଜ୍ୟ ଆନ୍ଦୋଳନରେ ସାମିଲ ରହି ଆଦିବାସୀ ସମାଜ ପାଇଁ କାମ କରିଥିବାରୁ ସମାଜ ଜଣେ ବରପୁତ୍ରକୁ ହରାଇଲା ବୋଲି ସଭାପତି ମାଝି କହିଥିଲେ । ଏହି ଶୋକ ସଭାରେ ଶତାଧିକ ଆଦିବାସୀ ସାମାଜିକକ କର୍ମୀ, ନନ୍ଦ କିଶୋର ମାଝି, ଜିତୁ ମାଝି, ଭୁତେଶ୍ୱର ପାତ୍ର, ରାଜେଶ ସମରଥ, ପୁରନ୍ଦ୍ର କୁଅଁର, ପର୍ଶୁରାମ ମାଝି, ସଂଜୟ କୁଅଁର ସହ କିସ୍‌ ଛାତ୍ରଛାତ୍ରୀ ସାମିଲ ଥିଲେ ।

nrusinghnath
Leave A Reply

Your email address will not be published.