pr

ଡ. ଜୟକୃଷ୍ଣ ଦାସ ଶର୍ମା ଏବଂ ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ବିୟୋଗରେ ବ୍ରାହ୍ମଣ ମହାସଭା ତରଫରୁ ଶୋକସଭା

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଏବଂ ସଂସ୍କୃତ ପରିଷଦ ପକ୍ଷରୁ ବଲାଙ୍ଗିର ନୃସିଂହ ମନ୍ଦିରରେ ଡ.ଜୟକୃଷ୍ଣ ଦାସ ଶର୍ମା ଏବଂ ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ବ୍ରାହ୍ମଣ ମହାସଭା ସଭାପତି ଧନଞ୍ଜୟ ମିଶ୍ର ଅଧ୍ୟକ୍ଷତା କରୁଥିବା ବେଳେ ସଂସ୍କୃତ ପରିଷଦ ସଭାପତି ଏବଂ ବ୍ରାହ୍ମଣ ମହାସଭା ଅଧ୍ୟକ୍ଷ ନୀଳମଣି ମିଶ୍ର ଏବଂ ସତ୍ୟବନ୍ତ ବେଦବାକ୍‌, ସଂପାଦକ ଆଇନଜୀବୀ ଜୟରାମ ମିଶ୍ର, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ଉପସଭାପତି ଗୋପବନ୍ଧୁ ପୁରୋହିତ, ଯୁଗ୍ମ ସଂପାଦକ ଶୁଭେନ୍ଦ୍ର ନେପାକ, ପର୍ଶୁରାମ ବାହିନୀ ମୁଖ୍ୟ ମଦନ ମୋହନ ରଥ, ଶକ୍ତି ବାହିନୀ ମୁଖ୍ୟ କସ୍ତୁରୀ ରଥ, ଆଲ୍ଲାଦ ପୁଜାରୀ, ଗିରିଜା ଶଙ୍କର ରଥ, ରାଜ କିଶୋର ପଣ୍ଡା, ରଘୁନାଥ ମିଶ୍ର ପ୍ରଭୃତି ଉଭୟ ଦିବଂଗତ ଆତ୍ମାର ସଦ୍‌ଗତି ଉପରେ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ଦାସଶର୍ମା ରାଜ୍ୟ ବ୍ରାହ୍ମଣ ମହାସଭାର ସଭାପତି ତଥା ସର୍ବଭାରତୀୟ ବ୍ରାହ୍ମଣ ମହାସଭାର ଉପସଭାପତି ଥିଲେ ଏବଂ ବ୍ରାହ୍ମଣ ମହାସଭା ତଥା ସମାଜ ପ୍ରତି ଗଭୀର ଅବଦାନ ଥିବା ବେଳେ ଶ୍ରୀ ଉଦ୍‌ଗାତା ଜ୍ୟୋତିଷ ବିଷାରଦ ଏବଂ ଅନେକ ଅନୁଷ୍ଠାନରୁ ସମ୍ମାନିତ ହୋଇଥିଲେ । ଉଭୟଙ୍କର ବ୍ରାହ୍ମଣ ମହାସଭା ଜିଲ୍ଲା ସଂସ୍କୃତି ପରିଷଦ ସକ୍ରିୟ ସହଯୋଗ ଥିବା ବକ୍ତାମାନେ ସ୍ମୃତିଚାରଣ କରିଥିଲେ । ଉକ୍ତ ସଭାରେ ନାରାୟଣ ମିଶ୍ର, ବନମାଲି ନନ୍ଦ, ସଂକିର୍ତ୍ତନ ତ୍ରିପାଠୀ, ନିହାରିକା ମିଶ୍ର, ବାଞ୍ଛନିଧି ମିଶ୍ର, ବିଶ୍ୱନାଥ ଶତପଥି, ଜଗଦିଶ ପ୍ରସାଦ ନାଥ, ଜୀବନ କୁମାର ତ୍ରିପାଠୀ, ଶିତାଂଶୁ ଶେଖର ନାୟକ, ଦାମୋଦର ଓତା, ପୂର୍ବତନ ବ୍ରାହ୍ମଣ ମହାସଭାର ସଭାପତି ବ୍ରହ୍ମଶ୍ରୀ ଗିରିଧାରୀ ଶତପଥି ଏବଂ ପ୍ରଭୁଦତ୍ତ ଶତପଥି ଉପସ୍ଥିତ ଥିଲେ । ଲୋଇସିଂହା ବ୍ରାହ୍ମଣ ମହାସଭାର ବରିଷ୍ଠ ସଭ୍ୟ ଧରମସିଂ ମିଶ୍ର ଏବଂ ଟିଟିଲାଗଡ ବ୍ରାହ୍ମଣ ମହାସଭା ତରଫରୁ ଶୋକବାର୍ତ୍ତା ଆତ୍ମାର ସଦ୍‌ଗତି ପାଇଁ ପଠାଇଥିଲେ ଏବଂ ସଭାପତି ଧନଞ୍ଜୟ ମିଶ୍ର ସମସ୍ତଙ୍କ ସାମ୍‌ନାରେ ପଢି ଅବଗତ କରାଇଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.