centurian jitm

ଜୟପାଟଣାରେ ପ୍ରଭୁ ଶ୍ରୀରାମଙ୍କ ସୁଶୋଭିତ ଶୋଭାଯାତ୍ରା

nschool

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଶ୍ରୀରାମ ନବମୀ ପାଳନ କମିଟି ଆନୁକୂଲ୍ୟରେ ଆୟୋଜିତ ପାରମ୍ପରିକ ଶ୍ରୀରାମ ନବମୀ ଉତ୍ସବ ଓ ବିଶାଳ ଶୋଭାଯାତ୍ରା ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଯାଇଛି । ପାଳନ କମିଟିର ସଦସ୍ୟମାନେ ସମଗ୍ର ଜୟପାଟଣା ସହରକୁ ତୋରଣରେ ସଜାଇବା ସହିତ ସମଗ୍ର ଅଞ୍ଚଳରେ ରଥକୁ ସ୍ଵାଗତ କରିବା ପାଇଁ ଘରେ ଘରେ ଝୋଟି ଓ ପୂର୍ଣ୍ଣ କଳସରେ ସ୍ଵାଗତ କରାଯାଇଥିଲା । ବ୍ଲକପଡ଼ା ସ୍ଥିତ ଶ୍ରୀରାମ ମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ପରିକ୍ରମାର ଶୁଭାରମ୍ଭ କରାଯାଇଥିଲା । ସୁସଜ୍ଜିତ ରଥରେ ପ୍ରଭୁଙ୍କ ମୂର୍ତ୍ତି ସହିତ ଘଣ୍ଟ ବାଦ୍ୟ, କୀର୍ତ୍ତନ, ଘୋଡ଼ା ନାଚ ଆଦି ସାଂସ୍କୃତିକ ଦଳ ପଟୁଆରରେ ସାମିଲ ହୋଇ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଏକ କିଲୋମିଟର ଦୀର୍ଘ ପଟୁଆରରେ କେଶରିଆ ଧ୍ଵଜ ସମ୍ପୂର୍ଣ୍ଣ ବାତାବରଣକୁ ଭାବମୟ କରିଥିଲା । ୫ କିଲୋମିଟର ଦୀର୍ଘ ପଥ ଅତିକ୍ରମ ପରେ ମା’ ଦୁର୍ଗା ମନ୍ଦିର ପରିସରରେ ସମରୋପ ସହ ଅନ୍ନପ୍ରସାଦର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ପୋଲିସ ଓ ସ୍ୱେଚ୍ଛାସେବୀମାନେ ମୁତୟନ ହୋଇଥିଲେ । ବିଭିନ୍ନ ସ୍ଥାନରେ ଥଣ୍ଡାପାଣି ଓ ସରବତର ଆୟୋଜନ କରାଯାଇଥିଲା । ଭୋଜନସ୍ଥଳୀରେ ଦିବଂଗତ ବରିଷ୍ଠ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ଚିତ୍ତରଞ୍ଜନ ସିଂହଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଜୟପାଟଣା ସହର ସମେତ ବାନେର, ମୁଖୀଗୁଡା, ଧନସୁଳୀ, ରେଙ୍ଗାଲପାଲି ଠାରେ ମଧ୍ୟ ଜନସାଧାରଣଙ୍କ ଦ୍ଵାରା ନବମୀକୁ ଶ୍ରଦ୍ଧାର ସହିତ ପାଳନ କରାଯାଇଥିବା ସୂଚନା ମିଳିଛି । ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ପାଇଁ ଜୟପାଟଣା ରାମ ନବମୀ ପାଳନ କମିଟି ସଦସ୍ୟମାନେ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!