pr

ଦୁଇ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ଯୁକ୍ତ ତିନିକୁ ଉନ୍ନୀତ ଓ ଦରମା ହାର ଲେବଲ ୫ର ୨୧,୭୦୦ ରୁ ଲେବଲ ୯ର ୩୫,୪୦୦କୁ ବୃଦ୍ଧି ଏବଂ ଦଶବର୍ଷ ପୂରଣ କରିଥିବା ନିର୍ବାହୀ ଅଧିକାରୀଙ୍କୁ ସ୍ୱତନ୍ତ୍ର ପଦବୀରେ ଅବସ୍ଥାପିତ କରିବା ଦୁଇଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । ନିର୍ବାହୀ ଅଧିକାରୀଙ୍କ ଉକ୍ତ ଦାବୀ ପୂରଣ ନିମନ୍ତେ ବାରମ୍ବାର ସରକାର ଓ ବିଭାଗୀୟଙ୍କ ସଚିବ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦାବୀ ପୂରଣ ହୋଇନାହିଁ । ଯାହାକୁ ନେଇ ଆସନ୍ତା ୧୮ତାରିଖଠାରୁ କଳାବ୍ୟାଜ ପରିଧ୍ୟାନ କରି କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରାଯିବା ନେଇ ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.