jayashree

ତାଲୁକ ଆଇନ ସେବା ପକ୍ଷରୁ ଶିଶୁ ଦିବସ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ତାଲୁକ ଆଇନ ସେବା ସହାୟତା ସମିତିର ଅଧ୍ୟକ୍ଷତାରେ ସ୍ଥାନୀୟ ରମାଇଁ ହାଇସ୍କୁଲ ଠାରେ ଶିଶୁ ଦିବସ ଅବସରରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ସିଭିଲଜଜ୍ ଅରୁଣ କୁମାର ପଟ୍ଟନାୟକ, ନ୍ୟାୟକ ମାଜିଷ୍ଟେଟ ଏଲ୍‌ ପ୍ରକାଶଙ୍କ ସହିତ ଆଇନଜୀବୀ ଆଶିଷ କୁମାର ଚନ୍ଦନ, ଭକ୍ତରାମ ବାଗ, ଶ୍ରୀମତ ପାଣିଗ୍ରାହୀ, ସାରଦା ଗୋୟଲ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ ସଭାରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ଶ୍ଵେତା ମିଶ୍ର ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଦର୍ଶ ତଥା ପିଲାମାନଙ୍କ ପ୍ରତି ତାଙ୍କର ସ୍ନେହ ତଥା ଶ୍ରଦ୍ଧା ଓ ସମ୍ମାନ ବିଷୟରେ ଆଲୋଚନା କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ସେଠୀ ନେହେରୁଙ୍କର ପୁସ୍ତକ ରାଜି ପଢିବା ପାଇଁ ଆହ୍ୱାନ ଜଣାଇଥିଲେ । ଉକ୍ତ ସଭାରେ ରମାଇଁ ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଆଇନ ସେବା ସମିତି ସହାୟିକା ପ୍ରଜ୍ଞାଶ୍ରୀ ଧଳ ସୂଚାରୁ ରୂପେ ସଭା ପରିଚାଳନା କରିଥିଲେ । ସଭା ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.