
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ମାଣିକ୍ୟ ଜୟନ୍ତୀ ପାଳନ ଅବସରରେ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରଠାରେ ବିଶ୍ୱ ଶିଶୁ ଦିବସ ପାଳିତ ହୋଇଯାଇଛି । କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁଙ୍କୁ ଗଢି ତୋଳିବାରେ ସମାଜର ଦାୟିତ୍ୱ, ଡ. ପ୍ରେମଚାନ୍ଦ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିଶୁ ହସିଲେ ଦୁନିଆଁ ହସେ ଓ ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ଶିଶୁ ସୁରକ୍ଷାରେ ସରକାରଙ୍କ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଧର୍ମବ୍ରତ ରଥ ଓ ମାଳତୀ ଉଦ୍ଗାତା ମଧ୍ୟ ମତବ୍ୟକ୍ତ କରିଥିଲେ । ସଭା ଆରମ୍ଭରେ ସୁରଥ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଭାକୁ ପରିଚାଳନା କରିଥିଲେ ମଦନ ମୋହନ ରଥ । ଏହି ସଭାରେ ହୃଷୀକେଶ ପୁରୋହିତ, ଦୁର୍ଗା ସାହୁ, ପ୍ରଶାନ୍ତ ଷଡଙ୍ଗୀ, ସିତାଂଶୁ ଶେଖର ନାୟକ, ନିରୁପମା ମିଶ୍ର, ରାମ ଶଙ୍କର ଶତପଥି, ପ୍ରଦୀପ ପଶାୟତ ଓ ଦିବାକର ହୋତା ସହଯୋଗ କରିଥିଲେ । ଶେଷରେ ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।