om academy

ମଧୁସେତୁ ନିକଟରୁୁ ନବଜାତ ଶିଶୁ ଉଦ୍ଧାର

jsm

ଚୌଦ୍ୱାର : ମହାନଦୀର ନୂଆପାଟଣା ନିକଟ ମଧୁସେତୁ ତଳେ ନଦୀ ବାଲିରେ ପଡ଼ିଥିବା ଗୋଟିଏ ନବଜାତ ଶିଶୁ ପୁତ୍ରକୁ ଚୌଦ୍ୱାର ପୁଲିସ ଉଦ୍ଧାର କରିଛି । ଶନିବାର ସକାଳେ କିଛି ଲୋକ ସେତୁ ଉପରେ ଚାଲିବାକୁ ଯାଇଥିବା ବେଳେ ସେତୁ ତଳେ ଏକ ଶିଶୁର କାନ୍ଦଣା ଶୁଣିବାକୁ ପାଇ ପୋଲ ତଳକୁ ଉଣ୍ଡିବାରେ ଏକ ତଉଲିଆରେ ଗୁଡ଼େଇ ହୋଇ ଏକ ଶିଶୁ ନଦୀ ବାଲିରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେମାନେ ଥାନାକୁ ଖବର ଦେଇଥିଲେ । ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଶିଶୁ ଭବନକୁ ନେଇଛି । ସଠାରେ ଶିଶୁଟି ସୁସ୍ଥ ଥିବା କୁହାଯାଉଛି । ଶିଶୁଟିକୁ କିଏ କେଉଁ ପରିସ୍ଥିତିରେ ଏବଂ କାହିଁକି ନଦୀକୁ ଫିଙ୍ଗିଦେଇଗଲା ତାହା ଜଣାପଡ଼ି ନାହିଁ । ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.