ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଳବ ଅଫ ରାଉରକେଲା ଭାଇବ୍ରାଣ୍ଟ ଓ ହାଇଟେକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ବିଶ୍ରା ବ୍ଲକ ଉଦୁଷୁ ପଞ୍ଚାୟତର ବାଙ୍ଗୁରକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ବସନ୍ତ କୁମାର ତନ୍ତୀଙ୍କ ଆବାହକତ୍ଵରେ ଆୟୋଜିତ ଏହି ଶିବିରରେ ଉଦୁଷୁ ପଞ୍ଚାୟତର ସରପଞ୍ଚ ଦୁଲାରୀ ଖାଖା, ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋହନ ଚରଣ ମୁଣ୍ଡାରୀ ଅତିଥି ଭାବେ ଯୋଗଦେଇ ଭାଇବ୍ରାଣ୍ଟ ଓ ହାଇଟେକ୍ ମେଡିକାଲର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଉପାନ୍ତ ଅଞ୍ଚଳ ପାଇଁ ଏହାର ଆବଶ୍ୟକତା ଥିଲା ବୋଲି ମତ ରଖିଥିଲେ । ଏହି ଶିବିରରେ ଶତାଧିକ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ମଧୁମେହ, ରକ୍ତଚାପ, ଚକ୍ଷୁ, ବ୍ଲଡ଼ ଅକ୍ସିଜେନ ତଥା ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଔଷଧ, ଚଷମା ଓ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଭାଇବ୍ରାଣ୍ଟର ରୋଟାରୀଆନ ଡ ମୀନତି ପଣ୍ଡା, ଡ ସଞ୍ଜୁକ୍ତା ପତି, ଅର୍ଚ୍ଚନା ଦେବତା, ଅନିତା ନାୟକ, ଅଜିତ ମୋହନ ପୁଝାରୀ, ମେଡିକାଲ ତରଫରୁ ଡାକ୍ତର ଅର୍ପିତା ମିଶ୍ର, ଡାକ୍ତର ମଳୟ କୁମାର ସାହୁ, ଡାକ୍ତର ସୀତାକାନ୍ତ ପଣ୍ଡା, ଡାକ୍ତର ମାନସ ରଂଜନ ପୁହାଣ, ଡାକ୍ତର ସୀମରନ ବିଶୋଇ, ଡାକ୍ତର ସତ୍ୟବ୍ରତ ପରିଡା, ପ୍ରୋଜେକ୍ଟ ନିର୍ଦ୍ଦେଶକ ମଧୁସୂଦନ ମହାନ୍ତି, ଏମଡି ସାଜିଦ୍, ଦୀପିକା ପାତ୍ର, ଲୋପାମୁଦ୍ରା ନାୟକ, ସଙ୍ଗୀତା ଓରାମ, ଜ୍ଞାନରଞ୍ଜନ ଦାସ, ମୀଲନ ବସନରାୟ ଓ ବିଦ୍ୟାଳୟ ତରଫରୁ ଶିକ୍ଷୟିତ୍ରୀ ଉର୍ମିଳା ମାହାନ୍ତ, ସୁନିତା ଓରାମ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ପାତ୍ର ସ୍ୱାଗତ ଭାଷଣ ସହ ଡାକ୍ତର ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରିଥିବା ବେଳେ ଶେଷରେ ସମ୍ପାଦକ ଶ୍ରୀ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.