ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ୱର୍ଗତ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ୱର୍ଗତ ନାଟ୍ୟ ନିର୍ଦ୍ଦେଶକ, ଗବେଷକ, ସଂସ୍କୃତିଵିତ୍‌ ଶୈଳେନ୍ଦ୍ର ପ୍ରସାଦ ଆଚ୍ରା୍ୟଙ୍କ ଶୋକସଭା ଅନୁଷ୍ଠାନର ସଭାପତି ଜୀବେଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶ୍ରୀରାମ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଛି । ପ୍ରଥମେ ସମ୍ପାଦକ ବୀରେନ୍ଦ୍ର ରଥ ଏହି ଦୁଃଖଦ କାର୍ଯ୍ୟକ୍ରମର ସୂଚନା ଦେବା ପରେ ସଭାପତି ଶ୍ରୀ ପଣ୍ଡା ସ୍ୱର୍ଗତଙ୍କ ଫଟୋରେ ପୁଷ୍ପମାଲ୍ୟ ଏବଂ ଦୀପ ପ୍ରଜ୍ୱଳନ କରିଥିଲେ । ଉପସଭାପତି ଲଳିତ ମହାଲିକ ମଞ୍ଚାସୀନ ହେଇଥିଲେ । ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକ, ଜୟନ୍ତ କୁମାର ନାୟକ, ସହ ସମ୍ପାଦକ ପ୍ରଦୀପ ସିଂଙ୍କ ସମେତ ଉପସ୍ଥିତ ସମସ୍ତ ସଦସ୍ୟା, ସଦସ୍ୟ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ଏହାପରେ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ପରେ ଉପସ୍ଥିତ ବରିଷ୍ଠ ସଦସ୍ୟ ପ୍ରମୁଖ ତାଙ୍କ ଅବର୍ତ୍ତମାନରେ ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପାଇଁ କେବଳ ନୁହେଁ ଜିଲ୍ଲା ତଥା ରାଜ୍ୟର ଏକ ବିରାଟ କ୍ଷତି ବୋଲି ମତ ପ୍ରକାଶ କରି ଥିଲେ । କାର୍ୟ୍ୟକ୍ରମରେ ସମସ୍ତ ସଦସ୍ୟ/ ସଦସ୍ୟା ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.