pr

ତାମିଲନାଡୁର କୁନ୍ନୁରଠାରେ ବିମାନ ଦୁର୍ଘଟଣାରେ ଶହୀଦ ସିଡିଏସ୍‌ ବିପିନ ରାୱତ ଏବଂ ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ଖପ୍ରାଖୋଲରେ କେଣ୍ଡେଲ ଶୋଭାଯାତ୍ରା ସହ ଶ୍ରଦ୍ଧାଞ୍ଜଳି ସଭା

dr. purohit

ପାଟଣାଗଡ, (ଗୋରେଖନାଥ ବରିହା) : ତାମିଲନାଡୁର କୁନ୍ନୁରଠାରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶହୀଦ ସିଆଇଡି ବିପିନ ରାୱତ ଜବାନ ଅନ୍ୟ ଶହୀଦ ହୋଇଥିବା ଜବାନଙ୍କ ଉଦେଶ୍ୟରେ ଆଜି ଖପ୍ରାଖୋଲରେ କେଣ୍ଡଲ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରାଯାଇଥିଲା । ପରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ପ୍ରାଣ ହରାଇଥିବା ଜବାନମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ପ୍ରଦାନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଂଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଏମ୍ ଓ ସିଏଚ୍‌ସି ଡ଼ ସୁରଜ ଦୀପ, ସିଆର୍‌ପିଏଫ୍ ଇନ୍ସପେକ୍ଟର ପି ଲିଂ ସନ, ଖପ୍ରାଖୋଲ ଥାନା ଆଇଆଇସି ଜିଏସ୍‌ ଆର୍ଚାଯ୍ୟ, ସେବନ କେରକେଟା, ବ୍ଲକ ଆସିଷ୍ଟାଣ୍ଟ ଇଂଜିନିୟର ସୌମ୍ୟକିଶୋର ଜୟପୁରିଆ, ଗଣମାଧ୍ୟମ ପ୍ରତିନିଧି ବିଶିଷ୍ଟ ସାମ୍ବାଦିକ ଅଭୟ ତ୍ରିପାଠୀ, ସାମ୍ବାଦିକ ଜ୍ୟୋତି ରଞ୍ଜନ ପଣ୍ଡା, ସାମ୍ବାଦିକ ନରେନ୍ଦ୍ର ଭୋଇ, ସାମ୍ବାଦିକ ଭୋଜରାଜ ବରିହା, ସାମ୍ବାଦିକ ତାପସ ରଞ୍ଜନ ବେହେରା, ସାମ୍ବାଦିକ ଉମାକାନ୍ତ ପ୍ରଧାନ, ସାମ୍ବାଦିକ ଅଶୋକ ବାଗଙ୍କ ସମେତ ସଚେତନ ନାଗରିକ ଓ ବୁଦ୍ଧିଜୀବୀ, ସରକାରୀ ଅଧିକାରୀ, ସରକାରୀ କର୍ମଚାରୀ ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.