pr

ଗାନ୍ଧୀ ପାଠାଗାରରେ ସ୍ୱର୍ଗତ ଲଳିତ ନାୟକଙ୍କ ବିୟୋଗରେ ଶୋକସଭା

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଗାନ୍ଧୀ ପାଠାଗାରରେ ସ୍ୱର୍ଗତ ଲଳିତ ନାୟକଙ୍କ ଅକାଳ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ସଭ୍ୟମାନେ ସ୍ୱର୍ଗତ ନାୟକଙ୍କ ସ୍ମୃତି ଚାରଣ କରି ତାଙ୍କର ସମାଜ ପ୍ରତି ନିସ୍ୱାର୍ଥପର କାର୍ଯ୍ୟାବଳୀକୁ ଭୂୟସୀ ପ୍ରଶଂସା କରିବା ସହ ବଲାଙ୍ଗିର ମାଟି ତଥା ସମଗ୍ର ଓଡିଶା ଜଣେ ସଂଗ୍ରାମୀ ଶ୍ରମିକ ନେତା, ରକ୍ତଦାନର ପ୍ରେରଣାଦାତା, ଗରିବ ଖଟିଖିଆଙ୍କ ସାଥୀଙ୍କୁ ହରେଇଲା ବୋଲି ମତ ବ୍ୟକ୍ତ କରିଥିଲେ । ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଏବଂ ବିଭିନ୍ନ ଆନ୍ଦୋଳନ ଯଥା ଲୋୟର ସୁକତେଲ, ବାଇପାସ ରାସ୍ତା ନିର୍ମାଣ, ବଲାଙ୍ଗିରରେ ସର୍କିଟ ହାଇକୋର୍ଟ ସ୍ଥାପନ ଓ କୃଷି ମହାବିଦ୍ୟାଳୟ ସ୍ଥାପନ, ଖୋର୍ଦ୍ଧା ବଲାଙ୍ଗିର ରେଳ ରାସ୍ତା ସ୍ଥାପନ ନିମନ୍ତେ ଆନ୍ଦୋଳନରେ ନିଜକୁ ସଂଶ୍ଲିଷ୍ଟ କରି ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ହେବାର ଗୌରବ ଅର୍ଜନ କରିଯାଇଛନ୍ତି । ଉକ୍ତ ସଭାରେ ପାଠାଗାରର ଉପ-ସଭାପତି ସନ୍ତକ ବହିଦାର, ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ସମ୍ପାଦକ ପ୍ରଦୀପ ସାହୁ, ବରିଷ୍ଠ ସଭ୍ୟ ବୈଷ୍ଣବ ସାହୁ, ରବି ବହିଦାର, ରାଜେନ୍ଦ୍ର ମିଶ୍ର, ମହମ୍ମଦ ଅକବର, ଅରୁଣ ଖୁଆସ, ଚିତ୍ତ ରଂଜନ ସାହୁ, ଜିତେନ୍ଦ୍ର ନାଗ, ରାଜେନ୍ଦ୍ର ମିଶ୍ର, ପ୍ରଣୟ ଗଡତ୍ୟା, ରିୟାଜ ଖାନ, ମହମ୍ମଦ ସରବର, ଅନିସ ସାହୁ, ପ୍ରମୋଦ ପ୍ରଧାନ, ଦୟାନିଧି ବେହେରା ପ୍ରମୁଖ ତଥା ସମସ୍ତ ସଭ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

nrusinghnath
Leave A Reply

Your email address will not be published.