centurian jitm

ସିନାପାଲିରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ସିନାପାଲି, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ପଞ୍ଚାୟତ ସମିତି ଆନୁକୂଲ୍ୟରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ସିନାପାଲି ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, କର୍ମଚାରୀ, ରାଜନେତା, ଜନପ୍ରତିନିଧି, ସଚେତନ ନାଗରିକ, ବୁଦ୍ଧିଜୀବୀ, ଜନତା ସାମିଲ ହୋଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକତ୍ରିତ ହୋଇଥିଲେ । ସେଇଠୁ ତ୍ରିରଙ୍ଗା ମୋଟର ସାଇକେଲରେ ବାହାରି ଯୁଗେନପଦର ଛକ ଦେଇ ସିନାପାଲି ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଶର ମାନ ସ୍ୱାଭିମାନ ସମ୍ମାନ ଆମ ସୈନ୍ୟବାହିନୀ ବୋଲି ଆହ୍ୱାନ କରିଥିବା ବେଳେ ଜନତାଙ୍କ ସମର୍ଥନ ତାଙ୍କ ସହ ରହିଛି ବୋଲି ସୈନ୍ୟବାହିନୀଙ୍କୁ ସମ୍ମାନ ଓ ସମର୍ଥନ ଜଣାଇ ତାଙ୍କ କାର୍ଯ୍ୟକଳାପକୁ ଉଚ୍ଚ ପ୍ରସଂଶା କରି ଶୋଭାଯାତ୍ରା ମାଧ୍ୟମରେ ଜଣାଇଥିଲେ ।କାର୍ଯ୍ୟକ୍ରମରେ ସିନାପାଲି ବ୍ଲକ ଏଇଇ ପ୍ରଦ୍ୟୁଷ କୁମାର, ସିନାପାଲି ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀ ଦେବେନ୍ଦ୍ର କୁମାର ସେଠିଆ,ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝି, ଡବ୍ଲୁଇଓ ସୁନିଲ ସାମଲ, ଓଏଲ୍‌ଏମ୍‌ ମିଥୁନ ତାଣ୍ତି, ବିଏସ୍‌ଏସ୍‌ଓ, ଜିପିଓ ସଂଜୟ ମହାନନ୍ଦ, ବନାଞ୍ଚଳ ଅଧିକାରୀ, ପ୍ରାଣୀ ଚିକିତ୍ସାଳୟ ଅଧିକାରୀ, ତହସିଲଦାର ଉପାଞ୍ଜଳି ମାଝି, ବିପିସି ରାଜେଶ ସାହୁ, ଘନଶ୍ୟାମ ମେହେର, ବିପିସି ହିତେଶ ଚଲାନ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର, ଶିବ ମୁଣ୍ତ, ଅଙ୍ଗନୱାଡି କର୍ମୀ, ସିଆର୍‌ସିସି, ଶିକ୍ଷକ, ଏମ୍‌ବିକେ, ସିଆର୍‌ପି, ଭଦ୍ରବ୍ୟକ୍ତି, ସଚେତନ ନାଗରିକ, ସିନାପାଲି ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ସାମିଲ ଥିଲେ ।

Leave A Reply

Your email address will not be published.