ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିକ୍ରାପଡା ଜଗନ୍ନାଥ ମନ୍ଦିର ଠାରେ ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୩୬ତମ ପ୍ରତିଷ୍ଠା ଦିବସ ଉପସଭାପତି ଚୂଡେ଼ନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ମା ଦୁର୍ଗାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ ଓ ପୂଜାର୍ଚ୍ଚନା ପରେ ଅନୁଷ୍ଠାନର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ର ଓ ଗୀତିକାର ହୃଷିକେଶ ପୁରୋହିତ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

ପରେ ପରେ ଅନୁଷ୍ଠାନର ଦୁର୍ଗାଚରଣ ସାହୁ, ଅରୁଣ ଖୁଆସ, ଶୁଭେନ୍ଦ୍ର ନେପାକ, ପ୍ରଦୀପ ପଶାୟତ,ସୁନାଧର ବନଛୋର, ସୁଭାଷ ଦାଶ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠାନର ସମ୍ପାଦକ ରତ୍ନମୟ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଚଳିତ ବର୍ଷ କରୋନା କଟକଣା ପାଇଁ ଛୋଟ ପିଲାଙ୍କ କାର୍ୟ୍ୟକ୍ରମ ବାତିଲ ଅଛି, ଆସନ୍ତା ବର୍ଷକୁ ସମସ୍ତ କାର୍ୟ୍ୟକ୍ରମ କିପରି ସୁଚାରୁ ରୂପେ ସମ୍ପାଦିତ ହେବ ଆମେ ମା’ଙ୍କ ଠାରେ ପ୍ରାର୍ଥନା କରିବା ବୋଲି କହିଥିଲେ ।

jittmm
Leave A Reply

Your email address will not be published.