କୋଙ୍କରଡ ସାଇନ୍ସ କଲେଜରେ ଦୁଇ ଦିନିଆ ଜାତୀୟ ସେମିନାର ଅନୁଷ୍ଠିତ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କୋଙ୍କରଡ ସାଇନ୍ସ କଲେଜରେ ଦୁଇ ଦିନିଆ ଜାତୀୟ ସେମିନାର ଅନୁଷ୍ଠିତ ଯାଇଛି । ଏହି କାର୍ଯ୍ୟକ୍ରମରେ ବିହାର, ରାଞ୍ଚି ଏବଂ ଓଡିଶାର କେଉଁଝର ଜିଲ୍ଲାର ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସିଟି କଲେଜ, ବୁଗୁଡା କଲେଜ, ଦିଗପହଣ୍ଡି କଲେଜ , ଭୀଷ୍ମଗିରି କଲେଜ, ପାଟପୁର କଲେଜର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । କଲେଜ ଅଧ୍ୟକ୍ଷ ଡ଼ଃ ପ୍ରକାଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ସେମିନାରଟି ଆରମ୍ଭ ହୋଇଥିଲା । ଆଞ୍ଚଳିକ ନିର୍ଦେଶକ ଡ଼ଃ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଉଚ୍ଚଶିକ୍ଷା ବିଭାଗ ଏବଂ ରାଞ୍ଚି ପ୍ରିନ୍ସପାଲ ଉପସ୍ଥିତ ଥିଲେ । କଲେଜରେ ଛାତ୍ରଛାତ୍ରୀଙ୍କ ରାଗିଂକୁ ରୋକିବା ବିଭିନ୍ନ ବିଷୟରେ ଜ୍ଞାନ ଆହରଣ ସହ ଅନେକ କଲେଜ ସହ ସୁସମ୍ପର୍କ ରଖି ଅନ୍ତର୍ଜାତୀୟ ସ୍ତରରେ ସାମିଲ ପାଇଁ ଏଭଳି ସେମିନାର ଅନୁଷ୍ଠିତ ହୋଇଥିବା ଆଞ୍ଚଳିକ ନିର୍ଦେଶକ ଏବଂ ପ୍ରିନ୍ସିପାଲ କହିଛନ୍ତି । ତେବେ ଗ୍ରାମଞ୍ଚଳ କଲେଜରେ ଜାତୀୟ ସ୍ତରର ସେମିନାର ହୋଇ ନିଜେ ସାମିଲ ରହିଥିବାରୁ ଛାତ୍ରଛାତ୍ରୀ ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି ।

Leave A Reply

Your email address will not be published.